ତିନି ମହଲାରୁ ଖସି ପର୍ଯ୍ୟଟକଙ୍କ ମୃତ୍ୟୁ; ହତ୍ୟା ଅଭିଯୋଗ

ସତ୍ୟଶିଖା( ପୁରୀ )୦୮.୦୪.୨୦୨୨ : ପୁରୀ ସମୁଦ୍ରକୂଳରେ ଥିବା ଏକ ହୋଟେଲର ତିନି ମହଲା ଉପରୁ ପଡ଼ି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ  ଚଇନ ସରକାର। ତାଙ୍କ ଘର ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଅଞ୍ଚଳରେ। ପୁଅକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାଅନୁସାରେ, ଚଇନ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସି ସମୂଦ୍ରକୂଳ ହୋଟେଲରେ ରହୁଥିଲେ। ଗକତାଲି ଦିନ ୨ଟା ସମୟରେ ହୋଟେଲର ତିନି ମହଲା ଉପରୁ ଖସି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ ଚଇନ କେମିତି ଛାତରୁ ପଡ଼ିଲେ? ଯଦି ହତ୍ୟା କରାଯାଇଛି ତେବେ ଏହା ପଛରେ କଣ କାରଣ ଅଛି, ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Exit mobile version