ଶନିବାର ରାଶିଫଳ : କେମିତି କଟିବ ଆଜିର ଦିନ


ସତ୍ୟଶିଖା,(ଭୁବନେଶ୍ୱର) ୨୦.୦୩ .୨୦୨୧ :
ମେଷ – ଆଜି ଗୁରୁକ୍ଷେତ୍ରସ୍ଥ ଚନ୍ଦ୍ର ପ୍ରଭାବରୁ କେବଳ ଗାମ୍ଭୀର୍ଯ୍ୟପୂର୍ଣ୍ଣ କଥା କାମ ହାସଲ କରିପାରିବେ । ପାରିବାରିକ ଓ କର୍ମକ୍ଷେତ୍ର ପ୍ରତି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । କଳା ସାହିତ୍ୟ ଦିଗରେ ନୂତନ ଦିଗନ୍ତ ସୃଷ୍ଟି ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।
ବୃଷ – ରାଶିରେ ପାପଗ୍ରହ ଥିବାରୁ କର୍ମକ୍ଷେତ୍ରରେ କେତେକ କଥା ମନ ଚାହୁଁଥିଲେ ମଧ୍ୟ ପରିସ୍ଥିତି ତାହା କରାଇଦେବ ନାହିଁ । ଆଗାମୀ ଦିନ ପାଇଁ ନୂଆ ପରିକଳ୍ପନା କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।
ମିଥୁନ – ଆଜି ଆପଣଙ୍କୁ ଅଫିସ କାମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କାରିବାକୁ ପଡିପାରେ । ଆଜିର ଯାତ୍ରାରେ ସଫଳତା ପାଇବେ, କିନ୍ତୁ ସମସ୍ୟା ଭିତର ଦେଇ ଯିବାକୁ ପଡିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।
କର୍କଟ – ଆଜି କର୍ମକ୍ଷେତ୍ରରେ ଏତେ ବ୍ୟସ୍ତ ରହିବେ ଯେ ଖାଇବାକୁ ସମୟ ପାଇବେ ନାହିଁ । ଅଶ୍ଳେଷା ନକ୍ଷେତ୍ର ପରିବାର ପ୍ରତି ବିମୁଖ କିମ୍ବା ଉଦାସୀନତା ପରିଲକ୍ଷିତ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।
ସିଂହ – କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ନିଜର ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି । ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।
କନ୍ୟା – କେତୁଙ୍କ କୁପ୍ରଭାବରୁ କୌଣସି ଜିନିଷ ପାଇବାର ସମ୍ଭାବନା ନ ଥିଲେ ମଧ୍ୟ ମରୀଚିକା ପଛରେ ଗୋଡାଇ ହତାଶ ହେବେ । ଭାବୁଥିବା କାମଟିକୁ ଶେଷ କରିବାରେ ବିଭିନ୍ନ ସମସ୍ୟା ଆସିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।
ତୁଳା – ଆପଣଙ୍କ ସକାଶେ ଘରଲୋକ ବ୍ୟସ୍ତ ଓ ବିବ୍ରତ ରହିବେ । କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ପ୍ରତି ଆନ୍ତରିକତା ଅଡୁଆରେ ପକାଇବ । ପ୍ରତି-ଯୋଗିତା ମନୋଭାବ ଉପୁଜିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।
ବିଛା – ବିଭିନ୍ନ ପ୍ରକାରର କାମ ହାତକୁ ନେଇ ବ୍ୟସ୍ତତା ବୃଦ୍ଧି ପାଇବ । ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତି ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ସଙ୍ଗ ଦୋଷ ପାଇଁ ସମାଲୋଚିତ ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।
ଧନୁ – କର୍ମକ୍ଷେତ୍ରରେ ସତର୍କତା ରକ୍ଷା ନ କଲେ ଅର୍ଥହାନି ଓ ଶରୀର ପୀଡାରୁ କଷ୍ଟ ପାଇବେ । ଆଗାମୀ ଦିନର ମାଙ୍ଗଳିକ କିମ୍ବା ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।
ମକର – ଶ୍ରବଣା ନକ୍ଷତ୍ର ସକାଶେ ପଡୋଶୀମାନେ ଭଲ କଥା କହିଲେ ମଧ୍ୟ ପଛରେ ବିଭିନ୍ନ କଥା କହି ପାରନ୍ତି । ଭଲ ରୂପେ କାମ କଲେ ମଧ୍ୟ ମନ ବୁଝିବ ନାହିଁ ଏବଂ କିଛି ବାକି ରହିଯାଇଥିବାର ଚିନ୍ତା କରିବେ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୩ ।
କୁମ୍ଭ – ସମସ୍ୟା ସମାଧାନ କ୍ଷେତ୍ରରେ ଧୀରସ୍ଥିର ଭାବରେ କମା କଲେ ପରିସ୍ଥିତିର ମୁକାବିଲାରେ ସମର୍ଥ ହେବେ । ବିଳମ୍ବ ହେଲେ ମଧ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ôଚବାରେ କୌଣସି ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୭ ।
ମୀନ – ସକାଳୁ କୌନସି ଶୁଭ ଖବର ପାଇ ଖୁସି ହୋଇଯିବେ । ଆକସ୍ମିକ ସାହାର୍ଯ୍ୟ ଲାଭ କରି ସମସ୍ୟା ଆପଣାଛାଏଁ ସୁଧୁରି ଯିବ । କର୍ମକ୍ଷେତ୍ରର ସମସ୍ୟା ସମ୍ପର୍କୀୟ ଦୁଶ୍ଚିନ୍ତା ଆସିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।