ଦେଶ

ଲକଡାଉନ ବେଳେ ଅର୍ଡର କଲେ ଘରେ ପହଞ୍ଚିବ ମଦ

କୋଲକାତା: ପଶ୍ଚିମବଙ୍ଗ ସରକାର ଲକଡାଉନ ବେଳେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଲକଡାଉନ ଯୋଗୁ ମଦ ଦୋକାନା ବନ୍ଦ ଥିବାରୁ ଏହାର ବିକଳ୍ପ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆରମ୍ଭ କରିଛନ୍ତି। ଏଣିକି ଖାଦ୍ୟ ସାମଗ୍ରୀ ଭଳି ଲକଡାଉନ ବେଳେ ଅର୍ଡର କଲେ ଘରେ ଆସି ମଦ ପହଞ୍ଚି ଯିବ। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଲକଡାଉନ ବେଳେ ମଦ ବିକ୍ରି ଉପରେ କୌଣସି କଟକଣା ଲାଗିନାହିଁ। କିନ୍ତୁ ରାଜ୍ୟରେ ମଦ ଦୋକାନ ଗୁଡ଼ିକ ବନ୍ଦ ରହିଛି। ଲକଡାଉନ ଶେଷ ହେବା ଯାଏ ଏହା ବନ୍ଦ ରହିବ।

ଆହୁରି ପଢ଼ନ୍ତୁ

ତେବେ ମଦ ବିକ୍ରି ହୋମ ଡେଲିଭରି ହୋଇପାରିବ। ଲୋକମାନେ ଚାହିଁଲେ ଅର୍ଡର ଦେଇ ମଦ କିଣି ପାରିବେ। କୋଲକାତା ପୁଲିସ୍‌ ଏନେଇ ରିଟେଲର ବ୍ୟବସାୟୀଙ୍କୁ ସ୍ଥାନୀୟ ପୁଲିସ୍‌ ଷ୍ଟେସନ ଜରିଆରେ ପାସ୍‌ ପ୍ରଦାଦ କରାଯିବ। ମଦ ଦୋକାନୀ ମାଲିକମାନେ ଏହି ପାସ୍‌ ପାଇଁ ସ୍ଥାନୀୟ ପୁଲିସ୍‌ ପାଖରେ ଆବେଦନ କରିବେ।

ଗୋଟିଏ ଦୋକାନୀଙ୍କୁ କେବଳ ୩ଟି ଡେଲିଭରୀ ପାସ ମିଳିବ। ଗ୍ରାହକମାନେ ନିଜ ଅଞ୍ଚଳରେ ଥିବା ମଦ ଦୋକାନକୁ ଫୋନ କରି ଦିନ ୧୧ଟାରୁ ୨ଟା ମଧ୍ୟରେ ଅର୍ଡର କରିବେ। ଏହାପରେ ଦୋକାନ ତରଫରୁ ଦିନ ୨ଟାରୁ ୫ଟା ମଧ୍ୟରେ ଲୋକଙ୍କ ଘରେ ମଦ ପହଞ୍ଚାଯିବ। ଏହାପୂର୍ବରୁ ମିଠା ଦୋକାନୀମାନଙ୍କ କ୍ଷେତ୍ରରେ ସରକାର କଟକଣା କୋହଳ କରିଥିଲେ।

[ad_2]
Show More
Back to top button