ଧର୍ମନ୍ୟୁଜ୍ରାଜ୍ୟ

କାଲି ଅଁଳା ନବମୀ, ଶ୍ରଦ୍ଧାଳୁଙ୍କୁ ସାକ୍ଷୀଗୋପାଳ ଆସିବା ମନା

ସତ୍ୟଶିଖା(ଭୁବନେଶ୍ୱର) ୧୧.୧୧.୨୦୨୧: ୧୨ ତାରିଖରେ ପଡ଼ୁଛି ପବିତ୍ର ଅଁଳା ନବମୀ। ସାକ୍ଷୀଗୋପାଳ ମନ୍ଦିରରେ ରାଧାରାଣୀଙ୍କ ସ୍ୱତନ୍ତ୍ର ଓଡ଼ିଆଣୀ ବେଶ ଓ ଶ୍ରୀକୃଷ୍ଣଙ୍କ ନଟବର ବେଶ ଅନୁଷ୍ଠିତ ହେବ। ତେବେ କୋଭିଡ୍ କଟକଣା ଯୋଗୁ ଏଥର ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏହାସହ ୧୨ ତାରିଖ ଅଁଳା ନବମୀ ଓ ୧୫ ତାରିଖ ଏକାଦଶୀରେ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି କରାଯିବ। କେବଳ ସେବାୟତମାନେ ମନ୍ଦିର ଭିତରକୁ ଯାଇ ରାଧାପାଦ ଦର୍ଶନ କରିପାରିବେ। ବର୍ଷକରେ ଥରେ ଅଁଳା ନବମୀରେ ରାଧାରାଣୀ ଓଡ଼ିଆଣୀ ବେଶରେ ଦର୍ଶନ ଦେଇଥାନ୍ତି। ଏହି ବେଶ ଦେଖିବାକୁ ସାକ୍ଷୀଗୋପାଳ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥାଏ। ତେବେ କୋଭିଡ୍ ସଂକ୍ରମଣ ଯୋଗୁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଏହି ଦିନ ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଛି।

Show More
Back to top button