ନ୍ୟୁଜ୍

ମହାନଦୀ ଜଳ ବିବାଦ ମାମଲାରେ ଆଜିର ଶୁଣାଣି ଶେଷ, ଅକ୍ଟୋବର ୩ରେ ମାମଲାର ପରବର୍ତ୍ତୀ ଶୁଣାଣି l

ସତ୍ୟଶିଖା ୨୯ .୦୮.୨୦୨୦ : ମହାନଦୀ ଜଳ ବିବାଦ ମାମଲାରେ ଆଜିର ଶୁଣାଣି ଶେଷ ହୋଇଛି । ଜଷ୍ଟିସ ଏଏମ ଖାନୱଲିକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଆଜିର ଶୁଣାଣିରେ ଟ୍ରିବ୍ୟୁନାଲ ସର୍ବମୋଟ ୪୬ ଟି ପ୍ରସଙ୍ଗକୁ ଚୂଡାନ୍ତ କରିଛନ୍ତି । ଏହା ସହ ଟ୍ରିବୁନାଲରେ ନିଯୁକ୍ତ ହୋଇଥିବା ଆସେରରମାନଙ୍କୁ କ୍ରିଷ୍ଣା ଓ କାବେରୀ ଟ୍ରିବୁନାଲ ପରି କମନ ଫରମାଟ ତିଆରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସେସର ଟ୍ରିବ୍ଯୁନାଲରେ କମନ ଫରମାଟର କମପାଇଲ କରିବେ । ଏଥିପାଇଁ ଦୁଇ ରାଜ୍ୟ ଓଡିଶା ଏବଂ ଛତିଶଗଡ଼ ଆସେସରଙ୍କୁ ଆବଶ୍ୟକୀୟ ତଥ୍ଯ ୨ ସପ୍ତାହ ମଧ୍ୟତରେ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ ।

ଆସେସର ତଥ୍ଯ ଗୁଡିକୁ କମ୍ପାଇଲ କରିବା ପରେ ଟ୍ରିବ୍ୟୁନାଲରେ ଦାଖଲ କରିବେ ଏବଂ ପରବର୍ତ୍ତୀ ସମୟରେ ୨ ରାଜ୍ଯର ଟେକନିକାଲ ଟିମ ଏହି କମନ ଫରମାଟ ଉପରେ ଆଲୋଚନା କରିବେ ବୋଲି ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି ।

Show More
Back to top button