ଦେଶ

ଆଜି ଆର୍ଥ ଆଓ୍ୱାର: ୧ ଘଣ୍ଟା ପାଇଁ ଅନ୍ଧାର ହେବ ସାରା ବିଶ୍ୱ

ସତ୍ୟଶିଖା,(ନୂଆଦିଲ୍ଲୀ) ୨୭ .୦୩ .୨୦୨୧ : ଆଜି ଆର୍ଥ ଆଓ୍ୱାର । ୧ ଘଣ୍ଟା ପାଇଁ ପୂରା ବିଶ୍ବ ହୋଇଯିବ ଅନ୍ଧକାରମୟ । ପ୍ରତିବର୍ଷ ଏହିଦିନ ଆର୍ଥ ଆଓ୍ବାରରେ ଅନେକ ସଂଖ୍ୟାରେ ଲୋକ ସାମିଲ ହୋଇଥାନ୍ତି । ଏହାପୂର୍ବରୁ ସୋସିଆଲ ମିଡିଆରେ ଲୋକଙ୍କୁ ସଚେତନ କରାଯାଇଥାଏ । ତେବେ ଆଜି ଅନେକ ସଂଖ୍ୟାରେ ଲୋକେ ସାମିଲ ହେବାକୁ ନିବେଦନ କରାଯାଇଛି ।

ରାତି ୮.୩୦ ରୁ ୯.୩୦ ପର୍ଯ୍ୟନ୍ତ ଘରର ଲାଇଟ ସହ ଇଲୋକଟ୍ରୋନିକ୍ସ ଆସବାବ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି । ଏହାକୁ ପାଳନ କରିବାର ଉଦ୍ଦେଶ୍ୟ ପରିବେଶ ପ୍ରଦୂଷଣ ନେଇ ଲୋକଙ୍କୁ ଜାଗୃତ କରିବା । ଏଥର ସାରା ଦେଶରେ କରୋନା ମହାମାରୀର ପ୍ରକୋପ ଥିବାରୁ ବେଶି ସଂଖ୍ୟାରେ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି । ୨୦୦୭ରେ ଅଷ୍ଟ୍ରେଲିଆର ସିଡନୀରେ ପ୍ରଥମ ଥର ପାଇଁ ଆର୍ଥ ଆଓ୍ୱାରର ଆୟୋଜନ କରାଯାଇଥିଲା । ପରେ ୨୦୦୮ରେ ୩୫ ଦେଶ ଆର୍ଥ ଆଓ୍ୱାରରେ ସାମିଲ୍ ହୋଇଥିଲେ । ତେବେ ଏବ୍ରର୍ଷ ପାଖାପାଖି ୧୭୮ ଦେଶ ଏକାଠି ହେବେ ବୋଲି ଆଶା କରାଯାଇଛି । ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ୍ ଓ୍ୱାର୍ମିଂ ଭଳି ସମସ୍ୟାରୁ ମୁକ୍ତି ମିଳିବାରେ ଏହା ସହାୟକ ହେବ ।

Show More
Back to top button