ନ୍ୟୁଜ୍ରାଜ୍ୟ

ଆଜି ମନ୍ତ୍ରିପରିଷଦ ବୈଠକ

ସତ୍ୟଶିଖା( ଭୁବନେଶ୍ୱର )୧୭.୦୬. ୨୦୨୨ : ଆଜି ଅପରାହ୍ଣ ସାଢ଼େ ୫ଟାରେ ଲୋକସେବା ଭବନରେ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପଞ୍ଚମପାଳିର ଦ୍ବିତୀୟ ଦଫାରେ ଶପଥ ନେଇଥିବା ନୂତନ ମନ୍ତ୍ରୀଗଣଙ୍କୁ ରାଜ୍ୟର ବିକାଶ ପାଇଁ ଗୁରୁମନ୍ତ୍ର ଦିଆଯିବ। ଆସନ୍ତା ୨୦୨୪ରେ ସାଧାରଣ ନିର୍ବାଚନ ଥିବା ଦୃଷ୍ଟିରୁ ନୂତନ ମନ୍ତ୍ରିମଣ୍ଡଳର ଏହି ପ୍ରଥମ  ମନ୍ତ୍ରିପରିଷଦ ବୈଠକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।

Show More
Back to top button