ନ୍ୟୁଜ୍ରାଜନୀତିରାଜ୍ୟ

ଆଜି କଂଗ୍ରେସର ୬ ଘଣ୍ଟିଆ ଚକାଜାମ

ସତ୍ୟଶିଖା (ଭୁବନେଶ୍ୱର) ୧୫/୦୨/୧୦୨୧ : କଂଗ୍ରେସର ଚକାଜାମ୍ ଡାକରା । ରାସ୍ତାକୁ ଓହ୍ଲାଇଲା କଂଗ୍ରେସ। ଦରଦାମ ବୃଦ୍ଧି ବିଶେଷ କରି ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଚକାଜାମ ଡାକରା ଦିଆଯାଇଛି । ବନ୍ଦ ପାଳନକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୋମବାର ସକାଳ ୭ରୁ ଗୋଟାଏ ଯାଏ ଚକ-ଅଖ ବନ୍ଦ ଡାକରା ଦେଇଛି ରାଜ୍ୟ କଂଗ୍ରେସ । ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ଛୁଇଁଲାଣି । ମାଲାକାନାଗିରିରେ ୯୪ ଟଙ୍କା ପହଞ୍ଚିଛି । ସେପଟେ ଡିଜେଲ ଦର ମଧ୍ୟ ହୁ ହୁ ବଢି ଚାଲିଛି । ଏହାର ସିଧା ପ୍ରଭାବ ଦର ଦାମ ଉପରେ ପଡୁଛି। ଆଉ ଲୋକେ ହନ୍ତସନ୍ତ ହେଉଛନ୍ତି । ଏବେ କଂଗ୍ରେସ ଏହାକୁ ଇସ୍ୟୁ କରି ଆଜି ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ବନ୍ଦ ଡାକାରା ଦେଇଛି । କେବଳ ଅତ୍ୟାବଶ୍ୟକୀୟ ସେବାକୁ ଛାଡିଦେଲେ ବାକି ସବୁ ବନ୍ଦ କରିବାକୁ ଆହ୍ବାନ ଦେଇଛି କଂଗ୍ରେସ । ବନ୍ଦ ପାଳନକୁ ଶାନ୍ତି ଶୃଙ୍ଖଳାର ସହ କରିବାକୁ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କଂଗ୍ରେସର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ କଲେଜ ବନ୍ଦ ଘୋଷଣା କରିଛନ୍ତି । ସେହିପରି ବସ ଚଳାଚଳ ମଧ୍ୟ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

Show More
Back to top button