ଧର୍ମ

ଆଜି ଆମେ ଧର୍ମକଥାରେ ମାତା ଅଲକ୍ଷ୍ମୀଙ୍କ ବିଷୟରେ ଜାଣିବା

ସତ୍ୟଶିଖା ( ଭୁବନେଶ୍ୱର ) ୦୬ /୦୯ /୨୦୨୧: ମା ଲକ୍ଷ୍ମୀଙ୍କ ବିଷୟରେ ଆମେ ସମସ୍ତେ ଜାଣିଛନ୍ତି, କିନ୍ତୁ ମାତା ଅଲକ୍ଷ୍ମୀଙ୍କ ବିଷୟରେ ଜାଣିଛନ୍ତି କି ?

ସତ୍ୟ ଯୁଗରେ ଯେତେବେଳେ ସମୁଦ୍ର ମନ୍ଥନ ହୋଇଥିଲା ସେତେବେଳେ କେତେ ଧନ ରତ୍ନ ଉପରତ୍ନ ମିଳିଥିଲା। ମାତା ଲକ୍ଷ୍ମୀ ମଧ୍ୟ ସେହି ସମୁଦ୍ରରୁ ପ୍ରକଟ ହୋଇଥିଲେ। କୁହାଯାଏ କି ସମୁଦ୍ର ମନ୍ଥନ ସମୟରେ ମାତା ଲକ୍ଷ୍ମୀଙ୍କ ପୂର୍ବରୁ ମାତା ଅଲକ୍ଷ୍ମୀ ମଦିରା ନେଇ ପ୍ରକଟ ହୋଇଥିଲେ। ସେଥିପାଇଁ ଲକ୍ଷ୍ମୀଙ୍କ ବଡ ଭଉଣୀ ବୋଲି କୁହାଯାଏ।

ଯେତେବେଳେ ମାତା ଅଲକ୍ଷ୍ମୀ ପ୍ରକଟ ହୋଇଥିଲେ ସେ ଭଗବାନ ବିଷ୍ଣୁଙ୍କୁ ବିବାହ କରିବା ପାଇଁ ଇଛା ପ୍ରକାଶ କରିଥିଲେ। କିନ୍ତୁ ଭଗବାନ ବିଷ୍ଣୁ ତାଙ୍କ ସାନ ଭଉଣୀ ଲକ୍ଷ୍ମୀଙ୍କୁ ବିବାହ କରିଥିଲେ। ଏହା ଶୁଣି ମାତା ଅଲକ୍ଷ୍ମୀ ବହୁତ କ୍ରୋଧିତ ହୋଇଥିଲେ। ମାତା ଅଲକ୍ଷ୍ମୀଙ୍କ କ୍ରୋଧ ଭାବକୁ ଶାନ୍ତ କରିବା ପାଇଁ ଭଗବାନ ବିଷ୍ଣୁ ତାଙ୍କୁ ପିପଳ ବୃକ୍ଷରେ ବିରାଜମାନ ହେବା ପାଇଁ ଆଶୀର୍ବାଦ ଦେଇଥିଲେ ଏବଂ ଶପଥ କରି କହିଥିଲେ ଯେ ପ୍ରତି ଶନିବାର ଦିନ ମାତା ଲକ୍ଷ୍ମୀଙ୍କୁ ନେଇ ସେହି ପିପଳ ବୃକ୍ଷ ନିକଟକୁ ଆସି ଦେଖା କରିବେ। ତେଣୁ ଶନିବାର ଦିନ ପିପଳ ବୃକ୍ଷକୁ ପୂଜା କରିଲେ ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ଅଲକ୍ଷ୍ମୀ ଗରିବ ଓ ଦରିଦ୍ରଙ୍କ ଦେବୀ ଅଟନ୍ତି ଓ ସମୁଦ୍ର ମନ୍ଥନ ସମୟରେ ମାତା ଅଲକ୍ଷ୍ମୀ ପ୍ରକଟ ହେବା ପରେ ସେ ଜଣେ ମହର୍ଷିଙ୍କୁ ବିବାହ କରିଥିଲେ। ଅଲକ୍ଷ୍ମୀ ସମୁଦ୍ରରୁ ମଦିରା ନେଇ ବାହାରିଥିଲେ ଓ ସେହି ମଦିରା ଦୈତ୍ୟଙ୍କୁ ଦିଆଯାଇଥିଲା। ଦେବୀ ଅଲକ୍ଷ୍ମୀ ଉଦ୍ଦାଳକ ନାମକ ଜଣେ ମହର୍ଷିଙ୍କ ସହିତ ବିବାହ ହୋଇଥିଲା। ସେହି ବିବାହ ପରେ ମହର୍ଷି ତାଙ୍କୁ ନେଇ ନିଜ ଆଶ୍ରମକୁ ଗଲେ, ସେତେବେଳେ ମାତା ଅଲକ୍ଷ୍ମୀ ଆଶ୍ରମରେ ପ୍ରବେଶ କରିବାକୁ ମନା କରିଦେଲେ ଏବଂ କହିଲେ ଯେ ସେ ପ୍ରବେଶ କରିଲେ ଗୃହରେ ଧନହାନୀ ହେବ ଓ ସୁଖ-ଶାନ୍ତି ଦୂର ହୋଇଯିବ। ଦେବୀ ଅଲକ୍ଷ୍ମୀଙ୍କ ଅନୁସାରେ ସେ କେବଳ ସେହି ଘରେ ରହିବେ ଯେଉଁ ଘରେ ଆବର୍ଜନା ଗନ୍ଧ, ଲଢ଼େଇ-ଝଗଡା, ଅଧର୍ମ ବା ପାପ କର୍ମ କରୁଥିବେ ସେଠାରେ ରହିବେ।

Show More
Back to top button