ଚାଇନା ଉପରେ ଭାରତର ପ୍ରହାର: ୫୦୦ କୋଟିର ଚୁକ୍ତି ବାତିଲ


ନୂଆଦିଲ୍ଲୀ: ଚାଇନାକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବାକୁ ଭାରତ ଗୋଟି ଚଳାଇବା ଆରମ୍ଭ କରିଛି। ଗତକାଲି ବିଏସଏନଏକୁ କୌଣସି ପ୍ରକାରର ଚାଇନିଜ ପ୍ରଯୁକ୍ତିଶୈଳୀ ବ୍ୟବହାର ନ କରିବାକୁ ସରକାର କହିଥିଲେ। ଆଜି ଆଉ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।
ଆହୁରି ପଢ଼ନ୍ତୁ
ଭାରତୀୟ ରେଳବାଇ ଚାଇନା ସହ ୫୦୦ କୋଟିର ପ୍ରକଳ୍ପ ପାଇଁ କରିଥିବା ଚୁକ୍ତିକୁ ବାତିଲ କରିବାକୁ ଘୋଷଣା କରିଛି। ଏନେଇ ରେଳବାଇ ପକ୍ଷରୁ ବିଶ୍ୱବ୍ୟାଙ୍କକୁ ଚିଠି ଲେଖାଯାଇଛି। ଚାଇନାର ରେଳବାଇ ସିଗ୍ନାଲ ଓ କମ୍ୟୁନିକେସନ କ୍ରପ୍ ୨୦୧୬ରେ ଭାରତୀୟ ରେଳବାଇ ସହ ୫୦୦ କୋଟିର ଚୁକ୍ତି କରିଥିଲା।
ଚୁକ୍ତି ଅନୁସାରେ, ଭାରତୀୟ ରେଳବାଇର ଡିଜାଇନ, ସପ୍ଲାଇଂ, ନିର୍ମାଣ, ଟେଷ୍ଟିଂ ଓ କମିଶନିଂ ସିଗ୍ନାଲିଂ, ଟେଲିକମ୍ୟୁନେକସନ ଏବଂ ଆସୋସିଏଟେଡ ୱାର୍କର ଦେଖାଶୁଣା କରିଥାଆନ୍ତା। ତେବେ ଇଣ୍ଟରଲିକିଂ ପାଇଁ ଚାଇନା ବ୍ୟବହାର କରୁଥିବା ସଫ୍ଟୱେରର ସିଗ୍ନାଲ କୋଡ ବାବଦରେ ଭାରତକୁ କୌଣସି ତଥ୍ୟ ଦେଇ ନଥିଲା। ଏହି କାରଣରୁ ରେଳବାଇ ବିଶ୍ୱବ୍ୟାଙ୍କକୁ ଚିଠି ଲେଖି ଚୁକ୍ତି ବାତିଲ କରିବାକୁ ଚାହୁଁଥିବା ଜଣାଇ ଦେଇଛି।