ରୋଷେଇ

କରଡ଼ି ବେସର ମାଛ | Satyasikha

 

ଆବଶ୍ୟକ ସାମଗ୍ରୀ: ମାଛ, ପଞ୍ଚ ଫୁଟଣ, ତେଜପତ୍ର, ଶୁଖିଲା ଲଙ୍କା, ହଳଦୀଗୁଣ୍ଡ, ଲଙ୍କା ଗୁଣ୍ଡ, କଟା ପିଆଜ, ସୋରିଷ, ଶୁଖୁଲା ଲଙ୍କା, ରସୁଣ ବଟା, ବାଉଁଶ କରଡ଼ି, କଟା ଟମାଟୋ, ଲୁଣ ଓ ରିଫାଇନ୍‌ ତେଲ

ଆହୁରି ପଢ଼ନ୍ତୁ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛରେ ହଳଦୀଗୁଣ୍ଡ, ଲଙ୍କା ଗୁଣ୍ଡ, କଟା ପିଆଜ, ସୋରିଷ, ଶୁଖୁଲା ଲଙ୍କା, ରସୁଣ ବଟା, ବାଉଁଶ କରଡ଼ି, କଟା ଟମାଟୋ, ଲୁଣ ଓ ରିଫାଇନ୍‌ ତେଲ ପକାଇ ଭଲଭାବେ ମ୍ୟାରିନେଟ୍‌ କରନ୍ତୁ। କରେଇରେ ତେଲ ଗରମ କରି ପଞ୍ଚ ଫୁଟଣ, ଶୁଖୁଲା ଲଙ୍କା ଓ ତେଜପତ୍ର ପକାନ୍ତୁ। ଫୁଟଣ ଫୁଟିବା ପରେ ସେଥିରେ ମ୍ୟାରିନେଟ୍‌ ହୋଇଥିବା କରଡ଼ି ମାଛକୁ ପକାଇ ତା ଉପରେ ଅଳ୍ପ ରିଫାଇନ୍‌ ତେଲ ଦେଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୫ ମିନିଟ୍ ପରେ ଘୋଡ଼ଣୀ ବାହାର କରି ଅଳ୍ପ ପାଣି ଦେଇ ପୁଣି ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ସୁଆଦିଆ ‘କରଡ଼ି ବେସର ମାଛ’।

[ad_2]

Source link

Show More
Back to top button