ରାଜ୍ୟରେ ଆଜି ଆଉ ୨୮୧୯ କରୋନା ପଜିଟିଭ

ସତ୍ୟଶିଖା ୨୨ . ୦୮.୨୦୨୦ :  ରାଜ୍ୟରେ ଗତ ୨୪ ଘଂଟା ଭିତରେ ଚିହ୍ନଟ ହୋଇଛନ୍ତି ୨୮୧୯ ନୂଆ ସଂକ୍ରମିତ । ୨୯ ଜିଲ୍ଲାରୁ ଆଜି ଆଉ ୨୮ ଶହ ୧୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୬୯୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୧ ଶହ ୨୮ ଜଣ ହେଉଛନ୍ତି ସ୍ଥାନୀୟ ଅଂଚଳର ।  ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ୫୩୭ ରେ ପହଂଚିଲା । ବଡ କଥା ହେଉଛି ସବୁବେଳେ କରୋନା ସଂକ୍ରମଣରେ ରେକର୍ଡ ଭାଙ୍ଗୁଥିବା ଗଂଜାମ ଜିଲ୍ଲା ଆଜି ୪ର୍ଥ ସ୍ଥାନକୁ ଖସି ଆସିଛି । ଆଉ ଖୋର୍ଧାରେ ସଂକ୍ରମଣ ସଂଖ୍ୟା ଏବେ ବଢିବାରେ ଲାଗିଛି । ଆଜି ଖୋର୍ଧା ଜିଲ୍ଲାରୁ ୪୪୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୫୭, ମୟୂରଭଂଜରୁ ୨୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଗଂଜାମରୁ ୧୯୨, ରାୟଗଡାରୁ ୧୪୭, ବରଗଡରୁ ୧୩୬, ଯାଜପୁରରୁ ୧୨୦, ବାଲେଶ୍ୱରରୁ ୧୦୫,ପୁରୀରୁ ୧୦୯,  ସମ୍ବଲପୁରରୁ ୧୪୫ ଏବଂ ଢେଙ୍କାନାଳରୁ ୧୦୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ, ଅନୁଗୁଳରୁ ୨୩, ଭଦ୍ରକରୁ ୭୭, ବଲାଙ୍ଗୀରରୁ ୫୬, ବୌଦ୍ଧରୁ ୬, ଜଗପତିରୁ ୬୨, ଜଗତସିଂହପୁରରୁ ୪୮, ଝାରସୁଗୁଡାରୁ ୬୩, କଳାହାଣ୍ଡିରୁ ୫୫, କନ୍ଧମାଳରୁ ୪୪, କେନ୍ଦ୍ରପଡାରୁ ୬୨, କେନ୍ଦୁଝରରୁ ୭,  କୋରାପୁଟରୁ ୮୧, ମାଲକାନଗିରିରୁ ୮୩, ନବରଙ୍ଗପୁରରୁ ୪୩, ନୟାଗଡରୁ ୬୪, ନୂଆପଡାରୁ ୧, ସୋନପୁରରୁ ୧୪ ଏବଂ ସୁନ୍ଦରଗଡରୁ ୫୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Exit mobile version