

ସତ୍ୟଶିଖା( ନୂଆଦିଲ୍ଲୀ )୨୨.୦୭ . ୨୦୨୨: ଦେଶରେ ଲଗାତାର ଆଜି ୨ୟ ଦିନରେ ମଧ୍ୟ କରୋନାର ଦୈନିକ ସଂକ୍ରମଣ ୨୧ ହଜାର ପାର କରିଛି। ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨୧,୮୮୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୮,୪୭,୦୬୫କୁ ବୃଦ୍ଧି ପାଇଛି। ସେହିପରି ୨୧,୨୧୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪,୩୧,୭୧,୬୫୩ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଚିିକିତ୍ସାଧୀନ ଅବସ୍ଥାରେ ଆଉ ୬୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୫,୯୩୦ରେ ପହଞ୍ଚିଛି। ଏହାସହ ଶୁକ୍ରବାର ଗୁରୁବାର ତୁଳନାରେ ୩୧୪ ଆକ୍ରାନ୍ତ ଅଧିକ ଚିହ୍ନଟ ହୋଇଛନ୍ତି। ଆଉ ୧,୪୯,୪୮୨ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୨,୦୧,୩୦,୯୭,୮୧୯ ମୋଟ ଟିକାକରଣ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।