ଦେଶସ୍ୱାସ୍ଥ୍ୟ

ଦେଶରେ ଆଜି ୩ ଲକ୍ଷ ୫୨ ହଜାର କରୋନା ସଂକ୍ରମିତ ଚିହ୍ନଟ, ୨୮୧୨ ମୃତ

ସତ୍ୟଶିଖା(ନୂଆଦିଲ୍ଲୀ) ୨୬.୦୪.୨୦୨୧: ଦେଶରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି। ଦିନକୁ ଦିନ ସଂଖ୍ୟା ବଢି ଚାଲିଥିବା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୫୨ ହଜାର ଟପିଛି। ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟର ସକାଳ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୫୨,୯୯୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ୨୮୧୨ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୭୩ ଲକ୍ଷ ୧୩ ହଜାର ୧୬୩ରେ ପହଁଚିଛି। ମୃତ୍ୟୁ ସଂଖ୍ୟା ୧ଲକ୍ଷ ୯୫ ହଜାର ୧୨୩ ପହଞ୍ଚିଥିବା ବେଳେ ୧,୪୩,୦୪,୩୮୨ ସୁସ୍ଥ ହୋଇଛନ୍ତି। ଏବେ ୨୮ଲକ୍ଷ ୧୩ ହଜାର ୬୫୮ ସକ୍ରିୟ ସଂକ୍ରମିତ ରହିଛନ୍ତି।

Show More
Back to top button