ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

ଆଜି ଦେଶରେ ୩୩ହଜାର ୭୫୦ କରୋନା ପଜିଟିଭ୍ ଚିହ୍ନଟ

ସତ୍ୟଶିଖା(ନୂଆଦିଲ୍ଲୀ) ୦୩.୦୧.୨୦୨୨ : ଦେଶରେ ଉପରମୁହାଁ ହେଲାଣି କରୋନା ଗ୍ରାଫ । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ଓ ମୃତୁ୍ୟ ସଂଖ୍ୟାରେ ସାମାନ୍ୟ ବ୍ରେକ୍ ଲାଗଥିଲା କିନ୍ତୁ ବର୍ତ୍ତମାନ ପୁଣି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି  । ଗତ ୨୪ଘଣ୍ଟାରେ ଦେଶରେ ୩୦ହଜାର ପାର୍ କରିଛି ଦୈନିକ ସଂକ୍ରମଣ । ଆଜି ଦେଶରେ ୩୩ହଜାର ୭୫୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାପ୍ତାହିକ ପଜିଟିଭ ହାର ୦.୬୮ ପ୍ରତିଶତରୁ କମ୍ ରହିଛି ଓ ଦୈନିକ ପଜିଟିଭ୍ ହାର ୦.୭୯ ପ୍ରତିଶତରେ ପହଞ୍ଚିଛି ।

ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧ଲକ୍ଷ ୪୫ହଜାର ୫୮୨ ରହିଛି ଓ ଆଜି ଦେଶରେ ୧୦ହଜାର ୮୪୬ଜଣ କରୋନାରୁ ସୁସ୍ଥ ହୋଇଛନ୍ତି  । ଏବେ ସୁଦ୍ଧା ମୋଟ ୩କୋଟି ୪୨ଲକ୍ଷ ୯୫ହଜାର ୪୦୭ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତିି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Show More
Back to top button