ଦେଶରେ ଆଜି ୨ଲକ୍ଷ ୩୪ ହଜାର ୬୯୨ ନୂଆ କରୋନା ପଜିଟିଭ ଚିହ୍ନଟ

ସତ୍ୟଶିଖା(ନୂଆଦିଲ୍ଲୀ) ୧୭ .୦୪.୨୦୨୧: ଦେଶରେ କରୋନାର ୨ୟ ତରଙ୍ଗ ହୁ ହୁ ହୋଇ ବୃଦ୍ଧି ପାଇବା ସହ ନିଜର କାୟା ବିସ୍ତାର କରି ଚାଲିଛି। ଗତ ୨୪ ଘଣ୍ଟାରେ ୨ଲକ୍ଷ ୩୪ ହଜାର ୬୯୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ପଜିଟିଭ ସଂଖ୍ୟା ୧ କୋଟି ୪୫ ଲକ୍ଷ ୨୬ ହଜାର ୬୦୯କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧ ହଜାର ୩୪୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୫ ହଜାର ୬୪୯ରେ ପହଞ୍ଚିଛି। ଦିନକରେ ୧ ଲକ୍ଷ ୨୩ ହଜାର ୩୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୧ କୋଟି ୨୬ ଲକ୍ଷ ୭୧ ହଜାର ୨୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୬ ଲକ୍ଷ ୭୯ ହଜାର ୭୪୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

Exit mobile version