ସତ୍ୟଶିଖା ( ଭୁବନେଶ୍ୱର ) ୦୬.୦୮.୨୦୨୦ : ରାଜ୍ୟରେ ମାଡି ଚାଲିଛି ମହାମାରୀ । ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ମଧ୍ୟ ରାଜ୍ୟରେ1699 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଂଗରୋଦ କେନ୍ଦ୍ରରୁ 1073 ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ 626 ଜଣ ଆକ୍ରାନ୍ତ ଠାବ ହୋଇଛନ୍ତି । ତେବେ ଏହାକୁ ମିସାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 40 ହଜାର 717 କୁ ବୃଦ୍ଧି ପାଇଛି ।