ଆଜି ରାଜ୍ୟରେ ସର୍ବାଧିକ ୨୯୨୪ କରୋନା ଆକ୍ରାନ୍ତ ଚିହ୍ନଟ l

ସତ୍ୟଶିଖା ( ଭୁବନେଶ୍ୱର ) ୧୬ .୦୮.୨୦୨୦ : ଆଜି ରାଜ୍ୟରେ ସର୍ବାଧିକ 2924 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁଲାଇଠୁ ବଳିଯାଉଛି ଅଗଷ୍ଟର ସ୍ଥିତି । ଦିନକୁ ଦିନ ବଢ଼ୁଛୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ 1815 ହୋଇଥିବାବେଳେ ଲୋକାଲ ସଂକ୍ରମଣ 1109 ହୋଇଛି ।

ତେବେ ଅନୁଗୁଳରୁ 37, ବାଲେଶ୍ୱରରୁ 127, ବରଗଡ 48, ଭଦ୍ରକ 107, ବଲାଙ୍ଗିର 27, ବୌଦ୍ଧ 8, କଟକ 189, ଦେବଗଡ଼ 16, ଢ଼େଙ୍କାନାଳ 40, ଗଜପତି 71, ଗଞ୍ଜାମ 318, ଜଗତସିଂହପୁର 47, ଯାଜପୁର 200, ଝାରସୁଗୁଡା 30, କଳାହାଣ୍ଡି 27, କନ୍ଧମାଳ 50, କେନ୍ଦ୍ରାପଡା 60, କେନ୍ଦୁଝର 26, ଖୋର୍ଦ୍ଧା 488, କୋରାପୁଟ 95, ମାଲକାନଗିରି 93, ମୟୁରଭଞ୍ଜ 136, ନବରଙ୍ଗପୁର 26, ନୟାଗଡ 142, ନୂଆପଡା 20, ପୁରୀ 144, ରାୟଗଡା 116, ସମ୍ୱଲପୁର 37, ସୋନପୁର 38, ସୁନ୍ଦରଗଡ 161 ଚିହ୍ନଟ । ଏହାକୁ ମିସାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 60 ହଜାର 50 ଛୁଇଁଲା ।

 

Exit mobile version