ଆଜି ରାଜ୍ୟ କ୍ୟାବିନେଟ

ସତ୍ୟଶିଖା(ଭୁବନେଶ୍ୱର) ୦୯.୦୮ .୨୦୨୧: ଆଜି(ସୋମବାର) ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।

ସରକାରୀ ସୂଚନା ଅନୁସାରେ ସଂଧ୍ୟା ୫ ଟା ପରେ ଲୋକସେବା ଭବନରେ ବସିବ ବୈଠକ । ମୁଖ୍ୟମନ୍ତ୍ରୀ ନିଜ ବାସଭବନରୁ ବୈଠକରେ ଅଧ୍ୟକ୍ଷତା କରିବାକୁ ଥିବାବେଳେ , ଭୁବନେଶ୍ବରରେ ଥିବା ମନ୍ତ୍ରୀ ମାନେ ଲୋକସେବା ଭବନରୁ ସାମିଲ ହେବେ । ସେହିପରି ଜିଲ୍ଲାରେ ଥିବା ମନ୍ତ୍ରୀ ମାନେ ଜିଲ୍ଲାସ୍ତରରୁ ସାମିଲ ହେବେ ।

ତେବେ କ୍ୟାବିନେଟର ଏଜେଣ୍ଡା ମନ୍ତ୍ରୀ ମାନଙ୍କୁ ମିଳିନଥିବା ବେଳେ, ଏଜେଣ୍ଡା ବୈଠକରେ ମନ୍ତ୍ରୀମାନଙ୍କୁ ପ୍ରଦାନ କରାଯିବ । ତେବେ କେଉଁ କେଉଁ ପ୍ରସ୍ତାବକୁ ଅନୁମୋଦନ ପାଇଁ ସରକାର ଆଗତ କରିବେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସୂଚନା ଅନୁସାରେ ଶ୍ରୀମନ୍ଦିର ଐତିହ୍ୟ କରିଡର ଟେଣ୍ଡର, କୋଭିଡ ସମ୍ପର୍କିତ କିଛି ପ୍ରସ୍ତାବ ଓ ପଶ୍ଚିମ ଓଡିଶାର କିଛି ବୃହତ ପ୍ରକଳ୍ପକୁ କ୍ୟାବିନେଟର ଅନୁମୋଦନ ପାଇଁ ସରକାର ଆଗତ କରିପାରନ୍ତି ।

Exit mobile version