ସତ୍ୟଶିଖା( ଭୁବନେଶ୍ୱର)୦୮.୦୮ . ୨୦୨୨: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ। ଅପରାହ୍ନ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷାଫଳ ପ୍ରକାଶ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା ଅନୁସାରେ, www.odisharesults.nic.inରେ ରେଜଲ୍ଟ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ ଏହି ୱେବସାଇଟ୍ ମାଧ୍ୟମରେ ପରୀକ୍ଷାଫଳ ଦେଖିପାରିବେ। ଯୁକ୍ତ ଦୁଇ କଳା ସହ ୮ ତାରିଖରେ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇବ।ସୂଚନାଯୋଗ୍ୟ, ଜୁଲାଇ ୨୭ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଥିଲେ। ବିଜ୍ଞାନରେ ପାସ୍ ହାର ୯୪ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ପାସ୍ ହାର ୮୯ ପ୍ରତିଶତ ରହିଥିଲା। ଚଳିତ ବର୍ଷ ୭୨,୧୦୬ ଜଣ ବିଜ୍ଞାନରେ ପାସ୍ କରିଥିବା ବେଳେ ୨୧,୧୬୫ ଜଣ ବାଣିଜ୍ୟରେ ପାସ୍ କରିଥିଲେ ।
ଚଳିତ ବର୍ଷ ରାଜ୍ୟର ୧୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ । କଳାରେ ୨ଲକ୍ଷ ୧୩ ହଜାର ୪୩୨ ଜଣ ପରୀକ୍ଷାର୍ଥୀ ଥିବାବେଳେ ବିଜ୍ଞାନରେ ୭୮ ହଜାର ୭୭ ଜଣ, ବାଣିଜ୍ୟରେ ୨୪ ହଜାର ୧୩୬ ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷା ଦେଇଥିଲେ। ମହାମାରୀ ପାଇଁ ଲଗାତର ୨ବର୍ଷ ଧରି ଅନଲାଇନ ପରୀକ୍ଷା ପରେ ଏଥର ଅଫଲାଇନ ପରୀକ୍ଷା ଦେଇଥିଲେ ଛାତ୍ରୀଛାତ୍ରୀ।
ସମ୍ବନ୍ଧିତ ଖବର
-
ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । -
ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା । -
ଧନ୍ତେରାସ ପୂର୍ବରୁ ସୁନା ଏବଂ ରୁପା ଦର ଉପରମୁହାଁ l -
କଟକରେ ୩୬ ଘଣ୍ଟା କର୍ଫ୍ୟୁ ବଳବତ୍ତର ରହିଛି । -
ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ମହାକାର୍ତ୍ତିକ ବ୍ରତ। -
କଟକରେ ଭସାଣ ବେଳେ ଗଣ୍ଡଗୋଳ । -
ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା । -
ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । -
ହରିୟାଣାର ସୋନିପତ ଜିଲ୍ଲାରେ ଭୂମିକମ୍ପ ଝଟକା। -
ଧରାପୃଷ୍ଠକୁ ଅବତରଣ କରିବେ ମାଆ ଜଗତଜନନୀ ।
