ଦେଶଶିକ୍ଷାସ୍ୱାସ୍ଥ୍ୟ

ଆଇସିଏସ୍‌ଇ ଦଶମ ପରୀକ୍ଷା ବାତିଲ୍‌

 ସତ୍ୟଶିଖା(ନୂଆଦିଲ୍ଲୀ) ୨୦.୦୪.୨୦୨୧:  ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କାଉନ୍‌ସିଲ୍‌ ଫର୍‌ ଦ ଇଣ୍ଡିଆନ୍‌ ସାର୍ଟିଫିକେଟ୍‌ ଏକ୍‌ଜାମିନେସନ୍ସ (ସିଆଇଏସ୍‌ସିଇ) ବୋର୍ଡ ଆଜି ଇଣ୍ଡିଆନ୍‌ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରି ଏଜୁକେସନ (ଆଇସିଏସ୍‌ଇ) ଦଶମ ପରୀକ୍ଷାକୁ ବାତିଲ୍‌ ଘୋଷଣା କରିଛି। ସେହିପରି ବୋର୍ଡ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ପୂର୍ବପରି ସ୍ଥଗିତ ରଖିଥିବା ବେଳେ ଏକାଦଶ ଶ୍ରେଣୀରେ ନାମ ଲେଖା ଲାଗି ସ୍କୁଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡା ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ତୁରନ୍ତ ଅନଲାଇନ କ୍ଲାସ ଆରମ୍ଭ କରିବାକୁ କୁହାଯାଇଛି।

ମଙ୍ଗଳବାର ବୋର୍ଡ ପକ୍ଷରୁ ବିବୃତ୍ତିରେ କୁହାଯାଇଛି ‘କରୋନା ଭାଇରସ୍‌ ସ୍ଥିିତି ପାଇଁ ସିଆଇଏସ୍‌ସିଇ ଆଇସିଏସ୍‌ଇର ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ବାତିଲ୍‌ ନିଷ୍ପତ୍ତି ନେଇଛି। ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକମାନଙ୍କ ସୁରକ୍ଷା ଆମର ପ୍ରାଥମିକତା। ତେଣୁ ଏପ୍ରିଲ୍‌ ୧୬ ତାରିଖରେ ପରୀକ୍ଷାକୁ ନେଇ ଜାରି କରାଯାଇଥିବା ସର୍କୁଲାରକୁ ପ୍ରତ୍ୟାହାର କରି ନିଆଯାଉଛି।

Show More
Back to top button