ରାଜ୍ୟ

ଆଜି କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ସନ୍ଧ୍ୟା ୬ରେ ନୀରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ l

ସତ୍ୟଶିଖା ( ଭୁବନେଶ୍ୱର ) ୦୫ .୦୮.୨୦୨୦ :  ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ ଆଡ଼କୁ ଗତି କରୁଛି । ଏଭଳି ପରିସ୍ଥିତିରେ କରୋନା ଯୋଦ୍ଧାମାନେ ଦିନ ରାତି ଏକ କରି ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । କରୋନା ଯୋଦ୍ଧାଙ୍କ ପାଇଁ ଏ ଲଢ଼େଇ ସଫଳତା ପୂର୍ବକ ଜାରି ରହିଛି ।

ତେବେ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ ଓ ସମ୍ମାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଅନୁରୋଧ କରିଛନ୍ତି । କୋଭିଡ଼ ଯୋଦ୍ଧାଙ୍କ ପାଇଁ ଆସନ୍ତାକାଲି ସନ୍ଧ୍ୟା ୬ଟାରୋ ପ୍ରାର୍ଥନା ହେବ । ସନ୍ଧ୍ୟାରେ ୧ମିନିଟର ନିରବ ପ୍ରାର୍ଥନା କରିବା ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଘରେ ବା ଯିଏଁ ଯେଉଁଠାରେ ଥିଲେ ସେହିଠାରେ ପ୍ରାର୍ଥନା କରିବାକୁ ଅନୁରୋଧ କରାଯାଇଛି ।

କୋଭିଡ଼ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଏହି ଶପଥ ପାଠ କରାଯିବ । ଟିଭି ଓ ସୋସିଆଲ ମିଡ଼ିଆ ଜରିଆରେ ଏହି ଶପଥ ପାଠ କରାଇବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ରାଜ୍ୟବାସୀ ।

Show More
Back to top button