ସତ୍ୟଶିଖା (ଜଗତସିଂହପୁର) ୨୯/୧୦/୨୦୨୦ : ମହାବାତ୍ୟାର ରୂପ ଥିଲା ଭୟଙ୍କର । କରାଳ କାୟାରେ ଛାରଖାର ହୋଇଗଲା ଅନେକ ପରିବାର, ଧ୍ୱସଂସ୍ତୁପରେ ପରିଣତ ହେଲା ଘରଦ୍ୱାର । ମହାବାତ୍ୟା ତ ସାରା ରାଜ୍ୟକୁ ଗ୍ରାସ କରିଥିଲା । କ୍ଷତିଗ୍ରସ୍ତ ହୋଇଥିଲା ଉପକୂଳର ଅନେକ ଜିଲ୍ଲା । ଏଭିତରେ ୧୯୯୯ ମହାବାତ୍ୟାକୁ ୨୧ ବର୍ଷ ବିତି ଗଲାଣି କିନ୍ତୁ ବଦଳିନି ଚିତ୍ର । ସେଦିନ ମହାବାତ୍ୟାକୁ ଦେଖିଥିବା ଲୋକଙ୍କ ମନରୁ ଆଜି ପର୍ଯ୍ୟନ୍ତ ଲିଭିନି ସେହି ହୃଦୟ ବିଦାରକ ଦୃଶ୍ୟ । ସେମିତି ଲୋକ ସଚେତନ ହୋଇଛନ୍ତି କିନ୍ତୁ ସ୍ଥିତି ଦେଖିଲେ ଲାଗୁଛି ଆଜି ପର୍ଯ୍ୟନ୍ତ ଯେମିତି ଚେତିନି ପ୍ରଶାସନ ।
ଆଜି ୨୧ ବର୍ଷ ପୁରିଲା ୧୯୯୯ ମସିହାର ମହାବାତ୍ୟା
