ନ୍ୟୁଜ୍ସ୍ୱାସ୍ଥ୍ୟ

ଆଜି ବିଶ୍ୱ ଯୋଗ ଦିବସ ।

ସତ୍ୟଶିଖା :୨୧/୦୬/୨୦୨୫: ସାରା ବିଶ୍ୱ ପାଳୁଛି ୧୧ ତମ ଯୋଗ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶାଖାପାଟଣାରେ ଯୋଗ ଦିବସ ପାଳନ କରିଛନ୍ତି । ଏହାସହିତ ବିଶ୍ୱର କୋଣ ଅନୁକୋଣରେ ସାମୂହିକ ଭାବେ ଯୋଗ ଦିବସ ପାଳିତ ହୋଇଛି । ଚଳିତ ବର୍ଷର ଥିମ୍‌ ରହିଛି -ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ ପାଇଁ ଯୋଗ ।ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ବଢୁଥିବା ମେଦବହୁଳତା ପୁରା ବିଶ୍ୱ ପାଇଁ ଚିନ୍ତାର ବିଷୟ । ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଏହା ଉପରେ ବିସ୍ତାର ଭାବେ ଚର୍ଚ୍ଚା କରିଥିଲୁ । ଏଥିପାଇଁ ଆମକୁ ଖାଇବାରେ ୧୦ ପ୍ରତିଶତ ତେଲ୍‌ କମ୍‌ କରିବାକୁ ପଡିବ । ଯାହା ଆମ ପାଇଁ ଏକ ଚ୍ୟାଲେଞ୍ଜ । ତଥାପି ଆମକୁ ଏହାକୁ କରିବାକୁ ପଡିବ । ବିଶ୍ୱର ସମସ୍ତ ଲୋକଙ୍କୁ ଏହାକୁ କରିବାକୁ ମୁଁ ଆହ୍ୱାନ କରୁଛି । ଯେତେବେଳେ ଆମେ ମିଳିତ ଜାତିଂସଘରେ ଜୁନ୍‌ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲୁ । ସେତେବେଳେ ୧୭୫ ଦେଶ ଆମ ପ୍ରସ୍ତାବକୁ ସମର୍ଥନ କରିଥିଲେ । ଯାହାପରେ ଜାତିଂସଘ ଜୁନ୍‌ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରିବାକୁ ଆହ୍ୱାନ କରିଥିଲେ । ଆଜି ପୁରା ବିଶ୍ୱ ଏକ୍‌ଜୁଟ୍‌ ହୋଇ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି । ବିଶ୍ୱର କୋଣ ଅନୁକୋଣରେ ଯୋଗ ଦିବସ ପାଳନ ହେଉଛି ।

ସେହିପରି ଜାମ୍ମୁ-କାଶ୍ମୀରରେ ସେନା କ୍ୟାମ୍ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଲଦାଖରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମେଘାଓ୍ୱାଲ, ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଇନ୍ଦୋରରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଦି ଯୋଗ ଦିବସ ପାଳନ କରିଛନ୍ତି ।ସୂଚନାଯୋଗ୍ୟ ଯେ, ୨୭ ସେପ୍ଟେମ୍ବର ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘରେ ଉଦ୍‌ବୋଧନ ଦେଇଥିଲେ । ଏଥିରେ ସାରା ବିଶ୍ୱକୁ ଯୋଗ ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରସ୍ତାବ ପରେ ମିଳିତ ଜାତିସଂଘ ମହାସଭା ତିନି ମାସ ମଧ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ଘୋଷଣା କରିଥିଲା । ଏହାପରେ ୨୦୧୫ ମସିହା ଜୁନ୍‌ ୨୧ରୁ ସାରା ବିଶ୍ୱରେ ଯୋଗ ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେହିବର୍ଷ ଠାରୁ ସାରା ବିଶ୍ୱରେ ଜୁନ୍‌ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି ।

Show More
Back to top button