ଆଜି ବିଶ୍ଵ ଜନସଂଖ୍ୟା ଦିବସ ।

ସତ୍ୟଶିଖା ୧୧/୦୭/୨୦୨୫: ସାରା ଦୂନିଆରେ ବୃଦ୍ଧି ପାଉଥିବା ଜନସଂଖ୍ୟା ଉପରେ ସଚେତନ କରାଇବା ପାଇଁ ଏହି ଦିବସ ପାଳନ କରାଯାଉଛି । ଚଳିତ ବର୍ଷର ଥିମ ରହିଛି , ଏକ ନିରପେକ୍ଷ ଏବଂ ଆଶାବାଦୀ ବିଶ୍ୱରେ ସେମାନେ ଚାହୁଁଥିବା ପରିବାର ଗଠନ କରିବା ପାଇଁ ଯୁବକମାନଙ୍କୁ ସଶକ୍ତ କରିବା । ଦେଶରେ ସମୃଦ୍ଧି ଦେଶର ଜନସଂଖ୍ୟା ଉପରେ ନିର୍ଭର କରେ । କେମିତି ଦେଶର ଜନସଂଖ୍ୟାର ସନ୍ତୁଳନ ସଠିକ ରହିବ, ସେ ଦିଗରେ ସଚେତନ ହେବା ଏହି ଦିବସର ମୂଳ ଲକ୍ଷ । ସେଥିପାଇଁ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଜନସଂଖ୍ୟା ଦିବସ ପାଳନ କରାଯାଏ ।

ମିଳିତ ଜାତିସଂଘ ଦ୍ୱାରା ୧୯୮୯ ରେ ଏହି ଦିନ ସ୍ଥାପିତ ହୋଇଥିଲା । ଡକ୍ଟର କେ.ସି ଜାକରିଆ ଏହି ଦିନର ପ୍ରସ୍ତାବ ଦେଇଥିଲେ। ୧୧ ଜୁଲାଇ ୧୯୮୭ରେ ଜନସଂଖ୍ୟା ଯେତେବେଳେ ୫୦୦ କୋଟିରେ ପହଞ୍ଚିଲା, ଏହି ଦିବସକୁ ନେଇ ଉତ୍ସାହ ଦେଖାଦେଇଥିଲା। ସେବେଠାରୁ ଜୁଲାଇ ୧୧ ତାରିଖକୁ ଜନସଂଖ୍ୟା ଦିବସ ଭାବରେ ପାଳନ କରାଯାଏ । ପରିବାର ଯୋଜନା, ଲିଙ୍ଗଗତ ସମାନତା, ଦାରିଦ୍ର, ମାତୃ ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର ସମେତ ବିଭିନ୍ନ ଜନସଂଖ୍ୟା ସମ୍ବନ୍ଧୀୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବାକୁ ବିଶ୍ୱ ଜନସଂଖ୍ୟା ଦିବସର ପ୍ରଧାନ ଲକ୍ଷ୍ୟ ।

Exit mobile version