ସତ୍ୟଶିଖା( ନୂଆଦିଲ୍ଲୀ )୧୦.୧୦୨୦୨୨: ଆଜି ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ । ବିଶ୍ବ ମାନସିକ ସ୍ବାସ୍ଥ୍ୟ ସଂଘ ପ୍ରଚେଷ୍ଟାରେ ୧୯୯୨ ଅକ୍ଟୋବର ୧୦ରେ ପ୍ରଥମଥର ‘ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ’ ପାଳିତ ହୋଇଥିଲା। ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଶିକ୍ଷା ଏବଂ ସଚେତନତା ବଢାଇବା ସହ ଏହା ସହ ଜଡ଼ିତ ସାମାଜିକ ଅପବାଦ ଲୋପ କରିବା ଏହି ଦିବସ ପାଳନ କରିବାର ମୂଳ ଲକ୍ଷ୍ୟ। ଗଲା କିଛି ବର୍ଷ ମଧ୍ୟରେ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମାନସିକ ରୋଗୀ ସଠିକ୍ ଚିକିତ୍ସା ପାଇବା ନିହାତି ଦରକାର। ଏହି ଦିବସ ପାଳନର ଅନ୍ୟତମ ଲକ୍ଷ୍ୟ ହେଉଛି ମାନସିକ ରୋଗ ସମ୍ପର୍କରେ ସମସ୍ତଙ୍କ ମନରେ ସଚେତନତା ସୃଷ୍ଟି କରିବା।
ଆଜି ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ
