ସତ୍ୟଶିଖା( ନୂଆଦିଲ୍ଲୀ )୦୭.୦୪.୨୦୨୨ : ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ସଫଳ ଜୀବନ ପାଇଁ ସୁସ୍ଥ ସ୍ୱାସ୍ଥ୍ୟର ଭୂମିକା ରହିଛି । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଲାଗି ପ୍ରତିବର୍ଷ ଏପ୍ରିଲ୍ ୭ ତାରିଖକୁ ‘ବିଶ୍ବ ସ୍ବାସ୍ଥ୍ୟ ଦିବସ’ ଭାବେ ପାଳନ କରାଯାଉଛି। ତାହା ସହ ଆଜିର ଦିନରେ ଅର୍ଥାତ୍ ୧୯୪୮ ମସିହା ଏପ୍ରିଲ୍ ୭ ତାରିଖରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା (ଡବ୍ଲୁଏଚଓ)ର ପ୍ରତିଷ୍ଠା ହୋଇଥିଲା । ସାରା ବିଶ୍ୱରେ ଦେଖାଦେଉଥିବା ସ୍ୱାସ୍ଥ୍ୟ ସମସ୍ୟାର ନିବାରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ପ୍ରତିଷ୍ଠା କରାଯାଇଥିଲା । ସମସ୍ତ ରୋଗର ନିରାକରଣ ପାଇଁ ଚେଷ୍ଠା କରିବା ଓ ଲୋକଙ୍କୁ ସତର୍କ କରାଇବା ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୧୯୪୮ ମସିହାରେ ପ୍ରତିଷ୍ଠା ହେବା ପରେ ଲୋକାମାନେ କିପରି ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେଇ ପାରିବେ ସେନେଇ ଏକ ନୂତନ ପ୍ରୟାସ ଆରମ୍ଭ କରାଯାଇଥିଲା । ପରେ ପରେ ୧୯୫୦ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିଷ୍ଠାଦିବସକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୁପେ ଘୋଷଣା କରାଯିବା ସହ ପାଳନ କରାଗଲା । ଧୀରେ ଧୀରେ ସ୍ୱାସ୍ଥ୍ୟର ଯତ୍ନ ପ୍ରତି ଡବ୍ଲୁଏଚଓ ତାର ଦିଗଦର୍ଶନ ଦେଖାଇବା ଆରମ୍ଭ କରିଥିଲା । ଚଳିତ ବର୍ଷ ଡବ୍ଲୁଏଚଓ ସ୍ୱାସ୍ଥ୍ୟ ଦିବସର ଥିମ୍ ରଖିଛି ‘ଆୱାର୍ ପ୍ଲାନେଟ୍, ଆୱାର୍ ହେଲଥ୍’ ।
ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ
