ନ୍ୟୁଜ୍

ଆଜି ବିଶ୍ବ ହସ୍ତୀ ଦିବସ ।

ସତ୍ୟଶିଖା ୧୨/୦୮/୨୦୨୫: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରାଣୀ  ହାତୀଶାଳରେ ଏହି କାର୍ଯ୍ୟକ୍ରମ କରାଯିବ। ପ୍ରଥମେ ହାତୀଙ୍କୁ ସୁସ୍ୱାଦୁ ଫଳ ଖାଇବାକୁ ଦିଆଯିବ। ହାତୀଙ୍କୁ ଦେଖାଶୁଣା କରୁଥିବା ମାହୁନ୍ତା ମାନଙ୍କୁ ପୁରସ୍କୃତ କରାଯିବ । ସେଲ୍‌ଫି ପଏଣ୍ଟ ଓ ସିଗ୍ନେଚର କ୍ୟାମ୍ପେନର କାର୍ଯ୍ୟକ୍ରମ ରହିଛି । ପିଲାମାନଙ୍କୁ ହାତୀ ସମ୍ପର୍କରେ ସଚେତନ କରାଯିବ ସହ ହାତୀ ସଂରକ୍ଷଣ ନେଇ ସଚେତନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଗଜରାଜଙ୍କ ସୁରକ୍ଷାକୁ ନେଇ ବଢିଛି ଚିନ୍ତା । ବର୍ତ୍ତମାନ ରାଜ୍ୟରେ ୧୨୮ ଜିଲ୍ଲାରେ ଅଛନ୍ତି ୨୦୯୮ ହାତୀ । କିନ୍ତୁ ସୁରକ୍ଷାକୁ ନେଇ ବଢୁଛି ଚିନ୍ତା , ଦାନ୍ତ ପାଇଁ ଟଳୁଛନ୍ତି ହାତୀ । ୫ ବର୍ଷରେ ଉଦ୍ଧାର ହେଲାଣି ୫୮ ଦାନ୍ତ । ଚାରି ଦିନ ତଳେ କେନ୍ଦୁଝର ବନଖଣ୍ଡରୁ ୫ ବନ୍ୟଜନ୍ତୁ ତସ୍କରଙ୍କୁ କାବୁ କରିଥିଲା ବନ ବିଭାଗ । ସେମାନଙ୍କଠାରୁ ୫ କେଜି ଓଜନର ୪ ହାତୀଦାନ୍ତ ଜବତ ହୋଇଥିଲା । ଏମାନେ ହାତୀଦାନ୍ତକୁ ବିଦେଶକୁ ଚାଲାଣ କରିବା ଚକ୍ଟରରେ ଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିଲା । ଗତ ଜୁନ୍ ୨ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ବୌଦ୍ଧ ଜିଲ୍ଲାର ପ୍ରମୋଦ ପରିଡ଼ା ନାମକ ଜଣେ ଶିକାରୀଠାରୁ ୨ଟି ହାତୀଦାନ୍ତ ଜବତ କରିଥିଲା ।

Show More
Back to top button