

ସତ୍ୟଶିଖା (ଭୁବନେଶ୍ୱର) ୨୨/୦୧/୨୦୨୧ : ଭୁବନେଶ୍ୱର ଇନ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ଚୂଡାନ୍ତ ଶୁଣାଣି ଅପ୍ରେଲ ୫ରେ ହେବ । ତଦନ୍ତ ଶେଷ କରିବାକୁ କ୍ରାଇମବ୍ରାଞ୍ଚ ଟିମ୍ ମହଲତ ଲୋଡିଛନ୍ତି । ହାଇକୋର୍ଟରେ ମାମଲାର ଶୁଣାଣି ଚାଲିଛି ।
ଡିସେମ୍ବର ୧୬ ତାରିଖରେ ହାଇକୋର୍ଟରେ ହାଜର ହୋଇଥିଲେ କ୍ରାଇମବ୍ରାଞ୍ଚ୍ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ମାମଲାର ତଦନ୍ତ ସଂକ୍ରାନ୍ତୀୟ ରିପୋର୍ଟ ପ୍ରଦାନ କରିବା ସହ ବିଭାଗ ପକ୍ଷରୁ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ହାଇକୋର୍ଟଙ୍କୁ ଅବଗତ କରିଥିଲେ କ୍ରାଇମବ୍ରାଞ୍ଚ୍ ଏଡିଜି । ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଥିଲେ ହାଜର ହୋଇଥିଲେ । ମାମଲାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି ବୋଲି କୋର୍ଟଙ୍କୁ ଅବଗତ କରାଯାଇଥିଲା ।
ନଭେମ୍ବର ୧୮ ତାରିଖରେ ଡିଜିପି ଅଭୟ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇଥିଲେ । ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ କେତେ ଜଣ ପୋଲିସ କର୍ମୀଙ୍କ ସହ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର କର୍ମଚାରୀମାନେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ତଦନ୍ତ ପ୍ରକ୍ରିୟାରେ ଅସନ୍ତୋଷ ପ୍ରକାଶ କରି ଭାରତୀୟ ବିକାଶ ପରିଷଦ ଏବଂ ଆଇନଜୀବୀ ଗୌତମ ସିଦ୍ଦିକି ପୃଥକ୍ ପୃଥକ୍ ଭାବେ ମାମଲା ଦାଏର କରିଥିଲେ । ତେବେ ସିବିଆଇ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଗଠିତ ଏସଆଇଟି ଏହି ମାମଲାର ତଦନ୍ତ କରୁ ବୋଲି ପ୍ରାର୍ଥନା କରି ହାଇକୋର୍ଟରେ ୨ଟି ପୃଥକ ପୃଥକ ମାମଲା ଦାଏର ହୋଇଛି ।