

ସତ୍ୟଶିଖା ( ଭୁବନେଶ୍ୱର ) ୦୧ /୧୨ /୨୦୨୧: ଦୁନିଆଁରେ ପ୍ରତିବର୍ଷ ଲୋକଙ୍କୁ ଘାତକ ଏଚଆଇଭି ଏଡ୍ସ ବାବଦରେ ସଚେତନ କରିବାକୁ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ୍ସ ଦିବସ ଭାବେ ପାଳନ କରାଯାଉଛି । ପ୍ରତିବର୍ଷ ଏହି ଦିବସର ବାର୍ତ୍ତା ଭିନ୍ନ ଭିନ୍ନ ହୋଇଥାଏ । ଚଳିତ ବର୍ଷ ଏହାର ବାର୍ତ୍ତା ରହିଛି ‘ ଅସମାନତା ହଟାଅ, ଏଡ୍ସକୁ ଦୂରାଅ’ ।
ଏଡ୍ସ ଏକ ଘାତକ ରୋଗ । ଏହାର ଲକ୍ଷଣ ହାଠତ୍ ଜଣାପଡେନାହିଁ । ଡେରୀରେ ଏହି ରୋଗର ଲକ୍ଷଣ ଜଣାପଡିବା ବେଳକୁ ରୋଗୀର ସମସ୍ୟା ଗୁରୁତର ହୋଇଯାଇଥାଏ । ତେଣୁ ଏହି ରୋଗର ପ୍ରାଥମିକ ରୋଗର ଲକ୍ଷଣ ଜାଣି ଚିକିତ୍ସା ଆରମ୍ଭ କରିବା ବେଳକୁ ହୁଏତ ବିଳମ୍ବ ହୋଇଯାଇଥାଏ । ତେଣୁ ଏହି ରୋଗରୁ ରକ୍ଷା ପାଇବାକୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସଚେତନତା ।ଦେଖାଯାଏ କୌଣସି ବ୍ୟକ୍ତିଙ୍କୁ ଏଡ୍ସ ହୋଇଥିବା ଜଣାପଡିଲେ ତାଙ୍କୁ ଏକଘରିକିଆ କରି ରଖାଯାଏ କିମ୍ବା ପରିବାରରୁ ଅଲଗା କରିଦିଆଯାଏ । ସମାଜରେ ତାଙ୍କୁ ଘୃଣା ଦୃଷ୍ଟିରେ ଦେଖନ୍ତି । କିନ୍ତୁ ଏହା ସମାଜକୁ ଏଡ୍ସ ମୁକ୍ତ କରିବାର ବାଟ ନୁହେଁ । ବେଳେବେଳେ ଅନ୍ୟର ଭୁଲ ପାଇଁ ମଧ୍ୟ କେହି ଏପରି ବ୍ୟାଧୀ ଭୋଗୁଥାନ୍ତି । ତେଣୁ ଚଳିତ ବର୍ଷ ଏହି ଦିବସର ଥିମ ରହିଛି ‘ ଅସମାନତା ସମାପ୍ତ କର ଏଡ୍ସ ହଟାଅ’ । ରୋଗୀକୁ ଗୃଣା ନକରି ସେବା ଯତ୍ନ କରିବା ସହ ଅନ୍ୟ ଲୋକଙ୍କୁ ସଚେତନ କରିବା ।