ଧର୍ମନ୍ୟୁଜ୍ରାଜ୍ୟସାହିତ୍ୟ ଓ ସଂସ୍କୃତି
ଆଜି ତ୍ରିବେଣୀ ଅମାବାସ୍ୟା : ମାଆ ବିରଜାଙ୍କ ଜନ୍ମତିଥୀ


ସତ୍ୟଶିଖା ୧୧/୦୨/୨୦୨୧ : ଆଜି ହେଉଛି ତ୍ରିବେଣୀ ଅମାବାସ୍ୟା । ମାଆ ବିରଜାଙ୍କ ଜନ୍ମତିଥୀ । ଏହି ଅବସରରେ ଯାଜପୁରରେ ମାଆଙ୍କ ପ୍ରସିଦ୍ଧ ପୀଠ ବିରଜା ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି ହେଉଛି । ବଡି ଭୋରରୁ ନିତ୍ୟସ୍ନାନ ପରେ ବେଶ ଲାଗି ଓ ନୈବେଦ୍ୟ ସମର୍ପଣ ପରେ ସକାଳ ମହାସ୍ନାନ, ଚନ୍ଦନଲାଗି ପରି ନୀତି ହେବ । ସିଂହାସନରେ ଷୋଡଶ ଉପଚାର ଓ ସ୍ୱନ କ୍ଷେତ୍ର ପୂଜା କରାଯିବ । ପ୍ରତିବର୍ଷ ଏହି ତ୍ରିବେଣୀ ଅମାବାସ୍ୟାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ବିରଜା ମନ୍ଦିରରେ । ଚଳିତ ବର୍ଷ ମାଆଙ୍କ ଦର୍ଶନ ଶୃଂଖଳିତ ଭାବେ କରିବା ପାଇଁ ମନ୍ଦିର କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି । ଶାନ୍ତିଶୃଂଖଳା ରକ୍ଷା ପାଇଁ ୨ ପ୍ଲାଟୁନ୍ ଫୋର୍ସ ସୁରକ୍ଷାରେ ମୁତୟନ ହୋଇଛନ୍ତି ।