

ସତ୍ୟଶିଖା( ନୂଆଦିଲ୍ଲୀ )୧୯.୦୨.୨୦୨୨ : ‘ନବନ୍ମେଷୀ ବିକାଶଦ୍ବାରା କୃଷିକ୍ଷେତ୍ରୀୟ ସୁଧାର ନିମନ୍ତେ ଜଳ-ବିଭାଜିକା ପ୍ରକଳ୍ପ’ରେ (ରିୱାର୍ଡ) ବିଶ୍ବ ବ୍ୟାଙ୍କ୍ ସହିତ ଭାରତ, କର୍ଣ୍ଣାଟକ ଏବଂ ଓଡ଼ିଶା ସରକାର ୮୬୯ କୋଟି ଟଙ୍କାର (୧୧୫ ନିୟୁତ ଡଲାର୍) ଋଣ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଜଳବାୟୁ ପରିବର୍ତ୍ତନକୁ ଚାହିଁ କୃଷକମାନେ ଅଧିକ ଉତ୍ପାଦନ ଓ ଉପାର୍ଜନ କରିବା ଉପାୟ ସବୁ ଏହି ଜଳ-ବିଭାଜିକା ପ୍ରକଳ୍ପଦ୍ବାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିଷ୍ଠାନ ସବୁ ପ୍ରସାର କରିବେ। ‘ଦି ଇଣ୍ଟର୍ ନ୍ୟାସ୍ନାଲ୍ ବ୍ୟାଙ୍କ୍ ଫର୍ ରିକନ୍ଷ୍ଟ୍ରକ୍ସନ୍ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍’ (ଆଇବିଆର୍ଡି) ଯୋଗାଉ ଥିବା ଋଣ ଅର୍ଥରାଶିରୁ କର୍ଣ୍ଣାଟକ ୪୫୩.୫ କୋଟି ଟଙ୍କା ଏବଂ ଓଡ଼ିଶା ୩୭୦ କୋଟି ଟଙ୍କା ପାଇବ। ବାକି ୪୫.୫ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଭୂ-ସମ୍ବଳ ବିକାଶ ବିଭାଗକୁ ଯିବ।
୦୩୦ ସୁଦ୍ଧା ୨୬ ହେକ୍ଟର ଟାଙ୍ଗର ଜମିକୁ ଚାଷ ଉପଯୁକ୍ତ କରିବା ସହ ୨୦୨୩ ସୁଦ୍ଧା କୃଷକମାନଙ୍କର ଆୟ ଦୁଇଗଣ କରିବା ଲାଗି ଭାରତ ସରକାର ପ୍ରତିଶ୍ରୁତି ଦେଇଥିଲେ। ଏହି ଜଳ-ବିଭାଜିକା ପ୍ରକଳ୍ପଦ୍ବାରା ବର୍ଷା ଉପରେ ନିର୍ଭରଶୀଳ ଅଞ୍ଚଳରେ କୃଷକମାନଙ୍କ ଜୀବିକା ବୃଦ୍ଧି କରିବା ସହ ଖାଦ୍ୟ ବ୍ୟବସ୍ଥାରେ ସୁଧାର ଆଣିବ। ପ୍ରଚଳନ ହେବାକୁ ଥିବା ଜଳ-ବିଭାଜିକା ପ୍ରକଳ୍ପ ଯୋଗେ ରାଜ୍ୟ ସରକାରମାନେ ଗୃହୀତ କରିବାକୁ ଥିବା ବିଜ୍ଞାନ ଆଧାରିତ ଯୋଜନା ସମଗ୍ର ଦେଶରେ ପ୍ରସାର ଲାଭ କରିବ। ଅନ୍ୟ ରାଜ୍ୟମାନେ ମଧ୍ୟ ଜଳ-ବିଭାଜିକା ପ୍ରକଳ୍ପର ବିକାଶ ପାଇଁ ନୂଆ ନୂଆ ଉପାୟ ଅବଲମ୍ବନ କରିବେ।
ସୂଚନାଯୋଗ୍ୟ, ବୃହତ୍ ଜଳ-ବିଭାଜିକା ପ୍ରକଳ୍ପ ପରିଚାଳନା କରିବାରେ ଭାରତ ହେଉଛି ସମଗ୍ର ବିଶ୍ବରେ ଅନ୍ୟତମ ଦେଶ। ଏହି ପ୍ରକଳ୍ପ ଜଳ-ବିଭାଜିକା କାର୍ଯ୍ୟକ୍ରମକୁ ଅଗ୍ରସର କରାଇବା ସହ ଜ୍ଞାନକୌଶଳ ବିନିମୟଦ୍ବାରା ଅଧିକ ବିକାଶ ଲାଭ କରିବ।