ଆଜି ରୁକୁଣା ରଥଯାତ୍ରା

ସତ୍ୟଶିଖା( ଭୁବନେଶ୍ୱର )୦୯.୦୪.୨୦୨୨ :  ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏହା ପୂର୍ବରୁ ଗତକାଲି ମରିଚିକୁଣ୍ଡ ଜଳରେ ରଥ ପ୍ରତିଷ୍ଠା ହୋଇଛି।  ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରିଚିକୁଣ୍ଡ ପାଣି ମୋଟ ୧ ଲକ୍ଷ ୭୭ ହଜାର ଟଙ୍କାରେ ନିଲାମ ହୋଇଛି।  ପ୍ରଥମ ଘଡ଼ା ୧ ଲକ୍ଷ ୩୦ ହଜାର ଟଙ୍କା ଓ  ଦ୍ୱିତୀୟ ଘଡ଼ା ୪୭ ହଜାର ଟଙ୍କାରେ ନିଲାମ ହୋଇଛି।  ବଡୁ ନିଯୋଗ ପକ୍ଷରୁ ନିଲାମ ଡକାଯାଇଥିଲା। ଆଜି ଅପରାହ୍ଣ ୩ଟା ୩୦ରେ ହେବ ଶ୍ରୀଲିଙ୍ଗରାଜଙ୍କ ରଥ ଟଣା। ଯାତ୍ରାପୂଜା ପାଇଁ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ନୀତି ନିର୍ଘଣ୍ଟ ହୋଇଛି। ଅପରାହ୍ଣ ୧୨ଟା ୩୦ରୁ ଦେଢଟା ମଧ୍ୟରେ ଠାକୁରଙ୍କ ପହଣ୍ଡି ହେବ। ପରେ ଠାକୁର ରଥାରୁଢ ହେବେ। ରଥ ଉପରେ ୧ଟା ୩୦ରୁ ୩ଟା ୩୦ ମଧ୍ୟରେ ଠାକୁରଙ୍କର ପୂଜା ହେବା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ।  ପୂର୍ବବର୍ଷରେ କୋଭିଡ କଟକଣା ଯୋଗୁ ଭକ୍ତଙ୍କ ରଥଟଣା ଉପରେ ବାରଣ ଥିବାବେଳେ ଏଥର ଭକ୍ତ ଟାଣିବେ ରଥଯାତ୍ରା।

Exit mobile version