ସତ୍ୟଶିଖା (ଭୁବନେଶ୍ୱର) ୨୪ /୧୨/୨୦୨୦ : ମା’ ଲକ୍ଷ୍ମୀ ଘରକୁ ଆସିବେ । ଶେଷ ଗୁରୁବାର ମାଣବସା ହୋଇଥିବାରୁ ଖାସ୍ ଏଇ ଉଦ୍ଦେଶ୍ୟ ନେଇ ଆଜିଠୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଘରଦ୍ବାର ପରିଷ୍କାର ସରିଛି। ରାତିରୁ ଚିତା ପକା ବି ସରିଛି । ମା’ଙ୍କ ପୂଜାର୍ଚ୍ଚନା ପାଇଁ ବଜାରରୁ ଆବଶ୍ୟକ ସାମଗ୍ରୀ ବି କିଣା ସରିଛି । ତେବେ ପୂଜା ସାମଗ୍ରୀ ଦର ଆଜି ମୁଣ୍ଡ ବିନ୍ଧା କରିଛି । ଧନର ଦେବୀଙ୍କୁ ପୂଜାର୍ଚ୍ଚନା କରିବା ପୂର୍ବରୁ ପକେଟ୍ରୁ ଉଚ୍ଚ ଅଙ୍କର ଧନ ବୁହାଇବାକୁ ପଡ଼ିଛି ।
ଆଜି ମାଣବସା ଗୁରୁବାର ଶେଷପାଳି
