ଧର୍ମ

ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା, ଭାଇ ହାତରେ ଭଉଣୀ ବାନ୍ଧିବ ସେନେହର ଡୋରୀ …

ସତ୍ୟଶିଖା ୦୩ .୦୮.୨୦୨୦ : ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା । ସାରା ଜୀବନ ସବୁ ବିପଦ ଆପଦ ବେଳେ ରକ୍ଷା କରିବା ପାଇଁ ଭଉଣୀଟିଏ ତାର ଭାଇକୁ ରାକ୍ଷୀ  ବାନ୍ଧି ଥାଏ । ଏହି ରକ୍ଷା ବନ୍ଧନ ଭାଇ ଓ ଭଉଣୀର ଅତୁଟ ପ୍ରେମ ଓ ଅନାବିଳ ସ୍ନେହର ଏକ ପବିତ୍ର ବନ୍ଧନ । ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ । ଏହିଦିନ ଭଉଣୀଟିଏ ଭାଇର ଶୁଭ ମାନସୀ ଭାଇ ହାତରେ ବାନ୍ଧି ଦିଏ ସେନେହର ଡୋରୀ । ଭାଇ ମଧ୍ୟ ଭଉଣୀର ସମ୍ମାନ ଓ ସ୍ୱାଭିମାନ ରକ୍ଷା କରିବାର ଶପଥ ନେଇଥାଏ ।

ଚଳିତ ବର୍ଷ ମହାମାରୀ କରୋନା କାରଣରୁ ଅନ୍ୟ ବର୍ଷ ତୁଳନାରେ ବଜାରରେ ସେତେ ଭିଡ଼ ନାହିଁ । କରୋନା କଟକଣା କାରଣରୁ ବଜାର ଖାଁ ଖାଁ । ରାକ୍ଷୀ ବେପାର ମଧ୍ୟ ମାନ୍ଦା ହୋଇଛି । ଲୋକମାନେ ହାତ ତିଆରି ରାକ୍ଷୀ କରୁଥିବା ଦେଖିବାକୁ ମିଳିଛି । ତେବେ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଶ୍ରାବଣ ପୂର୍ଣ୍ଣିମାର ପର୍ବ ଭିନ୍ନ ରୀତିରେ ପାଳିତ ହେଇଆସୁଛି । ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ସ୍ଥାନରେ ଶ୍ରାବଣ ପୂର୍ଣ୍ଣିମା ନାରିକେଳ ପୂର୍ଣ୍ଣିମା ଭାବେ ପାଳିତ ହେଇଥାଏ । ଏହି ଦିନ ସମୂଦ୍ର ଦେବତା ବରୁଣଙ୍କୁ ନାରିକେଳ ବା ନଡ଼ିଆ ପ୍ରଦାନ କରାଯାଏ ।

Show More
Back to top button