ଧର୍ମନ୍ୟୁଜ୍

ଆଜି ହେଉଛି ପବିତ୍ର ଗୁରୁପୂର୍ଣ୍ଣିମା ।

ସତ୍ୟଶିଖା ୧୦/୦୭/୨୦୨୫:

ଗୁରୁର୍ବ୍ରହ୍ମା ଗୁରୁର୍ଵିଷ୍ଣୁଃ ଗୁରୁର୍ଦେଵୋ ମହେଶ୍ଵରଃ।
   ଗୁରୁରେଵ ପରଂବ୍ରହ୍ମ ତସ୍ମୈ ଶ୍ରୀଗୁରଵେ ନମଃ l 

ଆଷାଢ ମାସର ଶୁକ୍ଳ ପକ୍ଷରେ ପଡ଼ୁଥିବା ପୂର୍ଣ୍ଣିମାକୁ ଗୁରୁପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଜୀବନରେ ଜ୍ଞାନ, ସୁଖ, ସମୃଦ୍ଧି ଗୁରୁଙ୍କ କୃପାରୁ ହିଁ ମିଳିଥାଏ । ଏହି ଦିନ ଗୁରୁଙ୍କ ବନ୍ଦନା କରିବା ସହ ଅଭିବାଦନ କରାଯାଇଥାଏ । ଶାସ୍ତ୍ରରେ ଗୁରୁମାନଙ୍କୁ ଈଶ୍ୱର ସହ ତୁଳନା କରାଯାଉଥିବାରୁ ଏହି ଦିନରେ ଗୁରୁମାନଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି । ମହର୍ଷି ବେଦବ୍ୟାସଙ୍କୁ ସମର୍ପିତ ହେବା ସହ ଏହି ଦିନ ଦେବଗୁରୁ ବୃହଷ୍ପତ୍ତିଙ୍କ ପୂଜା ମଧ୍ୟ କରାଯାଇଥାଏ ।

କେମିତି କରିବେ ଗୁରୁପୂର୍ଣ୍ଣିମାର ପୂଜାର୍ଚ୍ଚନା: ଗୁରୁପୂର୍ଣ୍ଣିମା ଦିନ ଗୁରୁଙ୍କୁ ଏକ ଉଚ୍ଚ ଆସନରେ ବସାଇ ତାଙ୍କ ପାଦ ଧୋଇବାକୁ ପଡ଼ିଥାଏ । ପରେ ତାଙ୍କ ଚରଣରେ ଧଳା ବା ହଳଦିଆ ପୁଷ୍ପକୁ ଅର୍ପଣ କରିବା ସହ ଏହି ରଙ୍ଗର ବସ୍ତ୍ର ମଧ୍ୟ ଦାନ କରାଯାଏ । ଫଳ, ମିଠା ଓ ଦକ୍ଷିଣା ଦେଇ ଗୁରୁଙ୍କୁ ପ୍ରଣାମ କରିବା ସହ ଗୁରୁବନ୍ଦନା କରାଯାଏ । ଜୀବନରେ କେମିତି ସତମାର୍ଗରେ ଯିବେ ଏନେଇ ଗୁରୁଙ୍କୁ ପ୍ରଣାମ କରି ଆଶୀର୍ବାଦ ନିଆଯାଏ।

Show More
Back to top button