ନ୍ୟୁଜ୍ରାଜ୍ୟ

ଆଜି ନନ୍ଦନକାନନର ପ୍ରତିଷ୍ଠା ଦିବସ: ୬ଟି ବାଘ ଛୁଆଙ୍କର ହେଲା ନାମକରଣ

ସତ୍ୟଶିଖା(ଭୁବନେଶ୍ୱର ) ୨୯.୧୨.୨୦୨୧: ୬୨ ବର୍ଷରେ ପଦାର୍ପଣ କଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ।  ୨୯ ଡିସେମ୍ବର ୧୯୬୦ରେ ଏହା ପ୍ରତିଷ୍ଠା ହୋଇଥିଲା । ଏହି ଅବସରରେ ୬ଟି ବାଘ ଛୁଆଙ୍କର ହେଲା ନାମକରଣ । ମେଘା ଓ ନନ୍ଦନର ତିନି ବାଘ ଛୁଆଙ୍କ ନାମକରଣ ହୋଇଛି । ୩ ଜଣଙ୍କ ନାଁ ସୋହିନୀ, ଅଭୟ  ଓ ବିବେକ ରଖାଯାଇଛି । ଏହାସହ ସୈଫ ଓ ବିଜୟାଙ୍କ ୩ ଧଳା ବାଘ ଛୁଆଙ୍କ ନାମ ରକି, ବଂଶୀ ଓ ରାକେଶ ରଖାଯାଇଛି । ଏହି ଅବସରରେ ଗୋଟିଏ ବଜ୍ରକାପ୍ତାକୁ ଜଙ୍ଗଲରେ ଛଡ଼ାଯାଇଛି ।

Show More
Back to top button