ଧର୍ମନ୍ୟୁଜ୍ରାଜ୍ୟ

ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର,ରାଜ୍ୟର ବିଭିନ୍ନ ଶୈବ ପୀଠରେ କରୋନା କଟକଣା ପାଇଁ ନାହିଁ ଶ୍ରଦ୍ଧାଳୁଙ୍କ ଭିଡ଼

ସତ୍ୟଶିଖା(ଭୁବନେଶ୍ୱର )୨୫.୧୦ .୨୦୨୧:  ଆଜି ପବିତ୍ର ମାସ କାର୍ତ୍ତିକର ପ୍ରଥମ ସୋମବାର। ଏଥିପାଇଁ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ମହାଦେବଙ୍କ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ। ସେହିପରି ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଭୋରରୁ ସ୍ନାନ ସାରି ତୁଳସୀ ଚଉରା ନିକଟରେ ପୂଜାର୍ଚ୍ଚନା କରି ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳି।  ଚଳିତ ବର୍ଷ କରୋନା କଟକଣା ଥିବାରୁ ହବିଷ୍ୟାଳିଙ୍କ ଭିଡ଼ ଏତେଟା ନାହିଁ। ଲଜ୍ ଓ ହୋଟେଲରେ ହବିଷ୍ୟାଳିଙ୍କୁ ନ ରଖିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।  ଏପରିକି ଏ ବର୍ଷ ପୁରୀ ନ ଆସିବାକୁ ହବିଷ୍ୟାଳିଙ୍କୁ ଅନୁରୋଧ କରିଥିଲା ପୁରୀ ଜିଲ୍ଲା ପ୍ରଶାସନ।

ଅନ୍ୟପକ୍ଷରେ କାର୍ତ୍ତିକ ପ୍ରଥମ ସୋମବାରରେ ଧବଳେଶ୍ୱରଙ୍କୁ ଦର୍ଶନ କରିପାରୁନାହାନ୍ତି ଶ୍ରଦ୍ଧାଳୁ। କୋଭିଡ୍ କଟକଣା ପାଇଁ ବାବଙ୍କ ପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି। ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି କୁହାଯାଇଛି।

 

Show More
Back to top button