ନ୍ୟୁଜ୍ରାଜନୀତିରାଜ୍ୟ

ଆଜି ନୂଆ ମନ୍ତ୍ରୀମଣ୍ଡଳର ପ୍ରଥମ କ୍ୟାବିନେଟ୍ : ପୂର୍ଣ୍ଣାଙ୍ଗ ବଜେଟ୍ ଉପରେ ବସିବ ମୋହର

ସତ୍ୟଶିଖା(ଭୁବନେଶ୍ୱର)୧୭.୦୬. ୨୦୨୨ :ମୁଖ୍ୟମନ୍ତ୍ରୀ ନବୀନାୟକଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପ୍ରାରମ୍ଭରେ ହୋଇଥିବା ନୂଆ ମନ୍ତ୍ରୀ ମଣ୍ଡଳର ପ୍ରଥମ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ । ଆଜି ଅପରାହ୍ନ ସାଢ଼େ ୫ଟାରେ ବସୁଥିବା ଉକ୍ତ ବୈଠକରେ ବିଧାନସଭାରେ ଆଗତ ହେବାକୂ ଥିବା ପୂର୍ଣ୍ଣାଙ୍ଗ ବଜେଟ୍ ଉପରେ ବସିବ କ୍ୟାବିନେଟ୍ ମୋହର । ଲୋକସେବା ଭବନରେ ବସିବ ଏହି ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଥିରେ ଅଧ୍ୟକ୍ଷତା କରିବେ ।

ଉକ୍ତ ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମେତ ନୂଆ ମନ୍ତ୍ରୀ ମଣ୍ଡଳର କ୍ୟାବିନେଟ୍ ମନ୍ତ୍ରୀଙ୍କ ସମେତ ମୁଖ୍ୟଶାସନ ସଚିବ ଉପସ୍ଥିତ ରହିବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ସୂଚନାଯୋଗ୍ୟ, ଚଳିତ ମୌସୁମୀ ଅଧିବେଶନର ପ୍ରଥମ ଦିନ ଅର୍ଥାତ ଜୁଲାଇ ୨ରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ୨୦୨୨-୨୩ ଆର୍ôଥକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ।

ବଜେଟ୍‌ର ପରିମାଣ ୨ ଲକ୍ଷ କୋଟି ଟଙ୍କା ରହିଛି । ତେବେ ପୂର୍ବରୁ ଗତ ମାର୍ଚ୍ଚ ମାସରେ ୨୦୨୨-୨୩ ଆର୍ôଥକ ବର୍ଷର ପ୍ରଥମ ୪ ମାସ ପାଇଁ ପ୍ରାୟ ୧ଲକ୍ଷ ୬ ହଜାର କୋଟି ଟଙ୍କାର କାମଚଳା ବଜେଟ୍ ଉପସ୍ଥାପନ କରିଥିଲେ । ତେଣୁ ପୂର୍ଣ୍ଣାଙ୍ଗ ବଜେଟ୍ ପୂର୍ବରୁ ରାଜ୍ୟ ସରକାର ଭର୍ଚୁଆଲ୍‌ରେ ଅର୍ଥ ବିଷାରଦଙ୍କ ସମେତ ସମାଜର ବିଭିନ୍ନ ବର୍ଗର ବିଶେଷଜ୍ଞଙ୍କ ମତ ନେଇସାରିଛନ୍ତି ।

Show More
Back to top button