ଆଜି ବସନ୍ତ ପଞ୍ଚମୀ, ଅନୁକୂଳ ହେବ ରଥକାଠ

ସତ୍ୟଶିଖା(ଭୁବନେଶ୍ୱର ) ୦୫.୦୨.୨୦୨୨ : ଆଦି ବସନ୍ତ ପଞ୍ଚମୀ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା ପାଇବେ ମା’ ସରସ୍ୱତୀ।  ବିଧି ଅନୁସାରେ ବସନ୍ତ ପଞ୍ଚମୀରେ ସରସ୍ୱତୀ ମନ୍ଦିରରେ ପାଞ୍ଜି ପୂଜା କରାଯାଏ । ଏହି ଦିନ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ କରାଯାଏ।

ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କୋଭିଡ୍ କଟକଣା ଭିତରେ ପୂଜା ଆୟୋଜିତ ହେଉଛି । କୋଭିଡ୍ କଟକଣା ପାଇଁ ଜାକଜମକ ନ ଥିଲେ ମଧ୍ୟ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଯଥାବିଧି ପୂଜା ହେଉଛି ।

ପୁରାଣ ଶାସ୍ତ୍ର ଅନୁଯାୟୀ, ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର  ଫଗୁ ବା ବାଚେରୀ ଖେଳୁଥିବାର ସ୍ମୃତି ସ୍ୱରୁପ ବସନ୍ତ ପଞ୍ଚମୀ ପାଳିତ ହୋଇଥାଏ । ମାଦଳା ପାଞ୍ଜି ଅନୁଯାୟୀ, ୧୨୩୦ ଖ୍ରୀଷ୍ଟାବ୍ଦରେ ଅନଙ୍ଗ ଭୀମଦେବ ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀରେ ଫଗୁ ଚାଚେରୀ ଉତ୍ସବ ପ୍ରଚଳନ କରାଇଥିଲେ। ଏହି ଅବସରରେ ସେ ୩୦ମାଢ଼ ସୁନା ଖଞ୍ଜା କରାଇଥିଲେ ।

Exit mobile version