ଆଜି ଭୁବନେଶ୍ୱର ଡେପୁଟି ମେୟର ନିର୍ବାଚନ

ସତ୍ୟଶିଖା( ଭୁବନେଶ୍ୱର )୦୯.୦୪.୨୦୨୨ :  ଆଜି ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ପାଇଁ ନିର୍ବାଚନ ହେବ। ଦିନ ୧୦ଟାରୁ ଆରମ୍ଭ ହେବ ନିର୍ବାଚନ ପ୍ରକ୍ରିୟା। ତେବେ ଏହା ପୂର୍ବରୁ ସକାଳ ସାଢେ ୯ଟାରେ ବିଏମ୍‌ସି କାର୍ଯ୍ୟାଳୟରେ ମେୟର ଓ ୬୭ ଜଣ ନିର୍ବାଚିତ କର୍ପୋରେଟରଙ୍କ ଶପଥପାଠ ଅନୁଷ୍ଠିତ ହେବ।   ଏହାପରେ ସକାଳ ୧୦ଟାରୁ ୧୧ଟା ଯାଏ ଡେପୁଟି  ମେୟର ଲାଗି ନାମାଙ୍କନ ଦାଖଲ ହେବ।

୧୧ଟାରୁ ୧୨ଟା ଯାଏଁ ନାମାଙ୍କନ ପତ୍ର ଯାଞ୍ଚ ହେବ। ଦିନ ଗୋଟାଏ ସୁଧା ନାମାଙ୍କନ ପତ୍ର ପ୍ରତ୍ୟାହାର ହେବ। ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ ଦିନ ସାଢେ ଗୋଟାଏରୁ ସାଢେ ୩ଟା ଯାଏ ମତଦାନ ହେବ। ତେବେ କିଏ ହେବ ବିଜେଡିର ମେୟର ପ୍ରାର୍ଥୀ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମେୟର ଭାବେ ସୁଲୋଚନା ଦାସ ନିର୍ବାଚିତ ହେବା ପରେ ଡେପୁଟି ମେୟର ଭାବେ ସଂଖ୍ୟାଲଘୁ ଓ ଅନୁସୂଚିତ ଜନଜାତି ବର୍ଗର ପୁରୁଷ ଚେହେରାଙ୍କୁ ସୁଯୋଗ ମିଳିପାରେ।

କଟକ ଭଳି  ବସ୍ତିରୁ ନିର୍ବାଚିତ କର୍ପୋରେଟରଙ୍କୁ ମିଳିପାରେ ସୁଯୋଗ। ଡେପୁଟି ମେୟର ରେସରେ ଅନେକ ପ୍ରାର୍ଥୀ ଅଛନ୍ତି।  ଭୁବନେଶ୍ୱର ପଲିଟିକାଲ ହଟସ୍ପଷ୍ଟ ହୋଇଥିବାରୁ ଜଣେ ପୁରୁଖା କର୍ପୋରଟର୍ଙ୍କୁ ମଧ୍ୟ ଏହି ପଦଲାଗି ଚୟନ କରାଯାଇପାରେ।
Exit mobile version