ସତ୍ୟଶିଖା (ନୂଆଦିଲ୍ଲୀ) ୧୩/୦୧/୨୦୨୧ : ନୂଆ ବର୍ଷ ଆରମ୍ଭ ପରେ ଆଜି ସାରା ଦେଶରେ ପ୍ରଥମ ପର୍ବ ଲୋହରୀ ପାଳନ କରାଯାଉଛି । ଆସନ୍ତାକାଲି ସାରା ଦେଶରେ ମକର ସଂକ୍ରାନ୍ତି ପାଳନ କରାଯିବ । ଏହି ଦୁଇଟି ବର୍ଷର ବିଶେଷ ମହତ୍ତ୍ୱ ରହିଛି । ଲୋହରୀ ବିଶେଷ କରି ଉତ୍ତର ଭାରତରେ ପାଳନ କରାଯାଏ । ପ୍ରତି ବର୍ଷ ମକର ସଂକ୍ରାନ୍ତିର ପୂର୍ବ ଦିନ ଲୋହରୀ ପାଳନ କରାଯାଏ । ପଞ୍ଜାବ ଓ ହରିୟାଣାରେ ଏହି ପର୍ବର ଧୁମ ସବୁଠାରୁ ଅଧିକ ଦେଖିବାକୁ ମିଳେ । ଏହି ଦିନ କୃଷକ ନିଆଁ ଲଗାଇ ଫସଲ ଦାନା ଅଗ୍ନିକୁ ସମର୍ପଣ କରନ୍ତି ଏବଂ ଖୁବ ଧୂମଧାମରେ ପର୍ବ ପାଳନ କରନ୍ତି । ବୋନ୍ ଫାୟାର୍ କରି ପୂଜା କରାଯାଇଥାଏ । ଏହି ପର୍ବ ସକାଳୁ ସନ୍ଧ୍ୟା ଯାଏଁ ଚାଲେ । ପୂଜା ସମୟରେ ଲୋକେ ଅଗ୍ନିରେ ବାଦାମ ଲଡୁ, ମକା ଓ ଗୁଡ ଅର୍ପଣ କରନ୍ତି । ଅଗ୍ନିରେ ଏହିସବୁ ଜିନିଷ ଅର୍ପଣ କଲାବେଳେ ‘ଆଧାର ଆଏ ଦିଲାଥେର ଯାଏ’ କହିଥାନ୍ତି ।
ଦେଶର ଆଜି ପାଳନ ହେଉଛି ପବିତ୍ର ଲୋହରୀ ପର୍ବ
