ନ୍ୟୁଜ୍ରାଜନୀତିରାଜ୍ୟ

କାଲି ପୌର ଭୋଟ୍, ପ୍ରସ୍ତୁତ ହେଲାଣି ବୁଥ୍

ସତ୍ୟଶିଖା( ଭୁବନେଶ୍ୱର )୨୩.୦୩.୨୦୨୨ :  ପୌର ନିର୍ବାଚନ ପାଇଁ ଆସନ୍ତାକାଲି ପଡ଼ିବ ଭୋଟ୍‌ । ଜନତା ବାଛିବେ ଉପଯୁକ୍ତ ନେତା । ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରାର୍ଥୀଙ୍କ ମଧ୍ୟରେ ସେତିକି ଚିନ୍ତା ବଢ଼ିବାରେ ଲାଗିଛି । ନିୟମ ଅନୁସାରେ ଗତକାଲି ସଂଧ୍ୟାରୁ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସରିଥିବା ବେଳେ ସଜାଗ ରହିଛନ୍ତି ପ୍ରାର୍ଥୀଙ୍କ ସମର୍ଥକ । କିଛି ପୌରାଞ୍ଚଳରେ ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟର ୩ଟି ମହାନଗର ନିଗମ ତଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର ସହ ୪୭ଟି ପୌରପାଳିକା ଏବଂ ୫୯ଟି ଏନଏସିରେ ଆସନ୍ତାକାଲି ଭୋଟ ଗ୍ରହଣ ହେବ । ଭୋଟିଂ ପାଇଁ ଭୁବନେଶ୍ବରର ବିଜେପି କଲେଜରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ଇଭିଏମ୍‌ ଗୁଡ଼ିକୁ ରଖାଯାଉଥିବା ଦେଖିବାକୁ ମିଳିଛି । ସବୁଠାରୁ ବଡ଼ କଥା ହେଉଛି ରାଜଧାନୀ ଭୁବନେଶ୍ବରରେ ମେୟର ପ୍ରାର୍ଥୀଙ୍କୁ ନେଇ ଦେଖିବାକୁ ମିଳିଛି କଡ଼ା କସରତ । ୩ ପ୍ରମୁଖ ରାଜନୈତିକ ଦଳ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରୟାସ କରିଛନ୍ତି ।

Show More
Back to top button