ମନୋରଞ୍ଜନସିନେମା

ଆଜି ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ୫୬ତମ ଜନ୍ମଦିନ

ସତ୍ୟଶିଖା(ନୂଆଦିଲ୍ଲୀ) ୨୭.୧୨.୨୦୨୧: ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ୫୬ତମ ଜନ୍ମଦିନ । ନିଜ ଦମଦାର ଆକ୍ଟିଙ୍ଗ ଫଳରେ ସାରା ଦେଶରେ ପରିଚିତ ଲାଭ କରିପାରିଛନ୍ତି ବଲିଉଡ଼ର ସୁଲତାନ୍ । ଆଜି ତାଙ୍କର ଏହି ଜନ୍ମଦିନରେ ତାଙ୍କ ଫ୍ୟାନ୍ସ ମାନେ ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୧୯୬୫ ଡ଼ିସେମ୍ବର ୨୭ତାରିଖରେ ମଧ୍ୟପ୍ରଦେଶରେ ସଲମାନଙ୍କର ଜନ୍ମଦିନ ।

୧୯୮୮ରେ ‘ବିୱି ହୋ ତୋ ଏସି’ ଫିଲ୍ମରେ ସହ କଳାକାର ରୂପରେ ବଲିଡ଼ରେ ଡ଼େବ୍ୟୁ କରିଥିଲେ ।୧୯୮୯ରେ ହିରୋ ଭାବେ ‘ମେନେ ପ୍ୟାର କିୟା’ରେ କାମ କରିବାର ସୁଯୋଗ ପାଇଥିଲେ ।

ପରେ ପରେ ‘ହମ୍ ଆପକେ ହେ କୌନ୍’, ‘ଦବଙ୍ଗ’, ‘ୱାଣ୍ଟେଡ଼୍’, ‘ବଜରଙ୍ଗୀ ଭାଇଜାନ’ ଭଳି ଅନେକ ଫିଲ୍ମ କରି ଦର୍ଶକଙ୍କ ବେଶ୍ ପ୍ରିୟ ହୋଇପାରିଛନ୍ତି । ସୁଚନା ଅନୁସାରେ ଗତକାଲି କିନ୍ତୁ ତାଙ୍କ ପାଇଁ ଏକ ଅଶୁଭ ଦିନ ଥିଲା କାରଣ ଜନ୍ମଦିନ ପାଳନ ପାଇଁ ସେ ତାଙ୍କ ଫାର୍ମ ହାଉସ୍ ରେ ଥିବା  ବେଳେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା । ଫଳରେ ସେ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ କିନ୍ତୁ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

Show More
Back to top button