

ସତ୍ୟଶିଖା( ପୁରୀ )୧୧ .୦୭ . ୨୦୨୨: ଶ୍ରୀକ୍ଷେତ୍ରରେ ଆଜି ହେବ ଶ୍ରୀଜିଉଙ୍କ ଅଧରପଣା ନୀତି । ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କଠାରେ ୯ଟି ମାଟି ହାଣ୍ଡିରେ ଏହି ପଣା ଲାଗି ହେବ । ଏହାପରେ ଚଣ୍ଡି ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଏହି ଅଧର ହାଣ୍ଡି ଭଙ୍ଗାଯିବ । ୯ ଦିନର ଯାତ୍ରାରେ ଶ୍ରୀଜିଉଙ୍କୁ ନଜର ଲାଗିଥିବାରୁ ତଥା ଚଣ୍ଡି ଚାମୁଣ୍ଡାଙ୍କ ପାଇଁ ଅଧର ହଣ୍ଡା ଭଙ୍ଗାଯିବ । ଏହାପରେ ଆସନ୍ତାକାଲି ନିଳାଦ୍ରୀବିଜେ କରିବେ ମହାପ୍ରଭୁ । ଗତକାଲି ଦୁର୍ଲଭ ଓ ଦିବ୍ୟ ସୁନାବେଶର ସାନିଧ୍ୟ ପାଇଥିଲେ ଶହ ଶହ ଶ୍ରଦ୍ଧାଳୁ।
ଗତକାଲି ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଥିଲା ପୁରୀ ବଡ଼ଦାଣ୍ଡ । ପୂର୍ବ ନୀତି ନିର୍ଘଣ୍ଟ ଅନୁସାରେ ରତ୍ନ ଭଣ୍ଡାରରୁ ମହଣ ମହଣ ସୁନା ଅଳଙ୍କାର ଅସି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିଲା ।