ସତ୍ୟଶିଖା (ନୂଆଦିଲ୍ଲୀ) ୧୫.୧୨.୨୦୨୦ : ଆଜି ଭାରତର ପ୍ରଥମ ଉପମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ତଥା ‘ଲୌହ ମାନବ’ ଭାବରେ ଜଣାଶୁଣା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୭୫ତମ ଶ୍ରାଦ୍ଧ ବାର୍ଷିକୀ । ସେ ୩୧ ଅକ୍ଟୋବର ୧୮୭୫ରେ ଗୁଜରାଟର ଖେଡାଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୫ ଡିସେମ୍ବର ୧୯୫୦ରେ ମୁମ୍ବଇରେ ହୃଦଘାତରେ ଦେହ ତ୍ୟାଗ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଆଜି ସର୍ଦ୍ଦାର ପଟେଲଙ୍କ ଶ୍ରାଦ୍ଧ ବାର୍ଷିକୀ
