ନ୍ୟୁଜ୍ରାଜ୍ୟସାହିତ୍ୟ ଓ ସଂସ୍କୃତି
ଆଜି ପ୍ରଥମାଷ୍ଟମୀ, ଜ୍ୟେଷ୍ଠ ସନ୍ତାନଙ୍କ ପାଇଁ ଦିନ ଟିଏ


ସତ୍ୟଶିଖା ( ଭୁବନେଶ୍ୱର ) ୨୭ /୧୧ /୨୦୨୧: ଆଜି ପ୍ରଥମାଷ୍ଟମୀ, ଘରେ ଘରେ ଏଣ୍ଡୁରୀ ପିଠାର ମହକ ସାଙ୍ଗକୁ ଦେଖିବାକୁ ମିଳୁଛି ଓଡିଆ ସଂସ୍କୃତିର ଝଲକ। ଘରର ବଡ ସନ୍ତାନ ମାନଙ୍କୁ ନୁଆ ଲୁଗା, ଚନ୍ଦନ, ସିନ୍ଦୂର ଲଗାଯାଇ କରାଯାଉଛି ବନ୍ଦାପନା। ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ପ୍ରତ୍ୟେକ ଓଡିଆ ଘରେ ପ୍ରଥମାଷ୍ଟମୀ ଭାବେ ପାଳନ କରାଯାଇଥାଏ। ଏହି ଦିନ ଜ୍ୟେଷ୍ଠ ସନ୍ତାନ ମାନଙ୍କ ସୁଖ ସମୃଦ୍ଧି ଦୀର୍ଘ ଜୀବନ ପାଇଁ ପୂଜାର୍ଚ୍ଚନା କରାଯାଇଥାଏ।
ସେହିପରି ଆଜି ପ୍ରଥମାଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ନୀତିକାନ୍ତୀ ହେବାର କାର୍ଯ୍ୟକ୍ରମ ରହିଛି। ନିଆଳି ମାଧବଙ୍କ ପୀଠରୁ ପଢୁଆଁ ସାମଗ୍ରୀ ଆସିଥିବା ବେଳେ ଆଜି ଶ୍ରୀଜିଉଙ୍କ ଅଙ୍ଗରେ ନୁଆ ଲୁଗା ଲାଗି ହେବା ସହିତ ଖଦି ଓ ଛେଦା ପ୍ରସାଦ ଲାଗି ହେବ । ଆଜି ପ୍ରଥମାଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।