

ସତ୍ୟଶିଖା(କଟକ) ୧୨.୦୪.୨୦୨୧: ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ହୋଇଯାଇଥିବା ବେଳେ ତା’ର ମୁଖ୍ୟ ସହଯୋଗୀ ୟାକୁବ୍ ଖାଁ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି। କଟକ ବଡ଼ ମେଡିକାଲରେ ହାଇଦରକୁ ସେ ବାରମ୍ବାର ଭେଟି ବିରିୟାନି ଖାଇବାକୁ ଦେଇଥିବା ସ୍ଵୀକାର କରିଛି। କିନ୍ତୁ ଫେରାର୍ ବିଷୟରେ କିଛି ଜାଣି ନଥିବା କହିଛି। ସୂଚନାଯୋଗ୍ୟ ଗ୍ୟାଙ୍ଗଷ୍ଟାର ହାଇଦର ଦୋଷୀ ସାବ୍ୟସ୍ତ ହୋଇ ସମ୍ବଲପୁର ଜେଲରେ ବନ୍ଦୀ ଜୀବନ କଟୁଥିଲେ। ଅସୁସ୍ଥ କାରଣରୁ ତାଙ୍କୁ ପ୍ରଥମେ ବୁର୍ଲା ସେଠାରୁ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ୧୦ ତାରିଖ ଦିନ କଟକ ବଡ଼ ମେଡିକାଲରୁ ସେଠାରୁ ଫେରାର୍ ହୋଇଯାଇଛି। ପୋଲିସ ଏ ପର୍ଯ୍ୟନ୍ତ ହାଇଦରକୁ ଧରିବାରେ ସଫଳ ହୋଇନାହିଁ।