ସତ୍ୟଶିଖା ୨୩ /୧୨/୨୦୨୦ : ଆଜି ସାରା ଦେଶରେ ପାଳନ କରାଯାଉଛି ଜାତୀୟ କୃଷକ ଦିବସ । ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ତଥା ଜଣାଶୁଣା କୃଷକ ନେତା ଚୌଧୁରୀ ଚରଣ ସିଂଙ୍କ ଜନ୍ମ ଜୟନ୍ତି । ଏହି ଅବସରରେ ପ୍ରତିବର୍ଷ ଡିସେମ୍ବର ୨୩ କୁ ସାରା ଦେଶ ଜାତୀୟ କୃଷକ ଦିବସ ରୂପେ ପାଳନ କରିଥାଏ । ପ୍ରଧାନମନ୍ତ୍ରୀ ଚରଣ ସିଂ ନିଜ କାର୍ଯ୍ୟକାଳରେ ଦେଶର କୃଷକ ମାନଙ୍କର ରୋଜଗାର ବୃଦ୍ଧି, କୃଷି କ୍ଷେତ୍ରରେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର, ଉନ୍ନତ ମାନର ବିହନ ଓ ଚାଷ ପ୍ରଣାଳୀର ପରିବର୍ତ୍ତନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାନ ଗ୍ରହଣ କରିଥିଲେ । ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ବହୁତ୍ କମ ଦିନ କାର୍ଯ୍ୟ କରିଛନ୍ତି । ହେଲେ କୃଷକ ଓ କୃଷି କ୍ଷେତ୍ରରେ ସେ ଯେଭଳି ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ ତାହାକୁ ନଜରରେ ରଖିତ ୨୦୦୧ ମସିହା ଠାରୁ ଆଜିର ଦିନକୁ କୃଷକ ଦିବସ ଭାବେ ପାଳନ କରାଯାଉଛି । ହେଲେ ସବୁବର୍ଷ ଠାରୁ ଏବର୍ଷର ପରିସ୍ଥିତି ଭିନ୍ନ । ଯାହାଙ୍କ ପାଇଁ ଆଜି ଦେଶ ଏହି ଦିବସ ପାଳନ କରୁଛି ସେମାନେ ଆଜି ନିଜର ହକ୍ ଗଣ୍ଡାକ ପାଇଁ ବିଯୁକ୍ତ ତାପମାତ୍ରାରେ ଦିଲ୍ଲୀ ସୀମାରେ ପାଖା ପାଖି ଗୋଟିଏ ମାସ ହେବ ଆନ୍ଦୋଳନରେ ବସିଛନ୍ତି ।
ଆଜି ଜାତୀୟ କୃଷକ ଦିବସ
