ଶାରଳା ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ମନୋଜ ପଣ୍ଡାଙ୍କ ବିୟୋଗ


ବଲାଙ୍ଗିର(ସତ୍ୟଶିଖା): ‘ଶାରଳା’ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଲେଖକ ମନୋଜ ପଣ୍ଡାଙ୍କର ଆଜି ହୃଦ୍ଘାତରେ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦୁଃଖ ପ୍ରକାଶ କରିଛନ୍ତି।
ଶାରଳା ପୁରସ୍କାର ବିଜେତା ବିଶିଷ୍ଟ ସାହିତ୍ୟିକ ମନୋଜ ପଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସାହିତ୍ୟ ଜଗତରେ ସେ ଛାଡ଼ି ଯାଇଥିବା ସୃଜନସୃଷ୍ଟି ତାଙ୍କୁ ସର୍ବଦା ଅମର କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) July 9, 2020
ଆହୁରି ପଢ଼ନ୍ତୁ
ବଲାଙ୍ଗିର ଜିଲ୍ଲାରେ ୧୯୫୪ ମସିହା ଅକ୍ଟୋବର ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ବିଶିଷ୍ଟ ସ୍ତମ୍ଭକାର ତଥା ଗାଳ୍ପିକ ମନୋଜ ପଣ୍ଡା। ପାଠ ପଢ଼ା ଶେଷ ପରେ ସେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ତେବେ ୨୦୧୨ ମସିହାରେ ଶିକ୍ଷକତା ଜୀବନରୁ ଅବସର ନେଇ ସାହିତ୍ୟ ରଚନାରେ ଲାଗି ପଡ଼ିଥିଲେ। ସେ ‘ହାଡ ବଗିଚା’, ‘ମାୟା ବଗିଚା’, ‘ବର୍ଣ ବଗିଚା’ ପରି ଅନେକ ଗଳ୍ପ ସଂକଳନ ରଚନା କରିଥିଲେ। ଗଳ୍ପ ସଂକଳନ ‘ମାୟା ବଗିଚା’ ପାଇଁ ତାଙ୍କୁ ୨୦୧୫ ମସିହାରେ ଶାରଳା ପୁରସ୍କାର ପ୍ରଦାନ କରାଯାଇଥିଲା। ଆଜି ସେହି ମହାନ ବ୍ୟକ୍ତିଙ୍କର ହୃଦଘାତରେ ପରଲୋକ ହୋଇଯାଇଛି।
ବିଶିଷ୍ଟ ଲେଖକ ମନୋଜ କୁମାର ପଣ୍ଡାଙ୍କ ଦେହାନ୍ତ ଖବର ଜାଣିବାକୁ ପାଇ @PandaJay ଗଭୀର ଦୁଃଖ ପ୍ରକାଶ କରିଛନ୍ତି। କ୍ଷୁଦ୍ର ଗଳ୍ପ ରଚନାରେ ତାଙ୍କର ଏକ ବିଶେଷ ତଥା ପ୍ରଭାବଶାଳୀ ଶୈଳୀ ରହିଥିଲା। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଶ୍ରୀଯୁକ୍ତ ପଣ୍ଡା ସମବେଦନା ଜଣାଇଛନ୍ତି ଓ ଦିବଂଗତ ଆତ୍ମାର ସଦଗତି କାମନା କରିଛନ୍ତି।
ଓଁ ଶାନ୍ତି 🙏🙏🙏 pic.twitter.com/nfTuxAMaUG— Baijayant Panda Odia (@Panda_Odia) July 9, 2020
ଆହୁରି ପଢ଼ନ୍ତୁ
[ad_2]